{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

::କାହାର କେତେ ଭାଗ…? ମଦରେ ଭାସୁଛି ସିଂହପାଲି ଗାଁ ଦାଣ୍ଡ l ସ୍କୁଲ ଗେଟ ପାଖରେ ପଡ଼ିରହିଛି ମିଟୁ, ସାଇକେଲ ଛାପ ମଦ ପୋୖଚ.. ପ୍ରଶ୍ରୟ ଦେଉଛି କିଏ ଗାଁ ମୁଖିଆ ନାଁ ସ୍ଥାନୀୟ ସରପଞ୍ଚ ?ସବୁଜାଣି ସୁଦ୍ଧା ନୀରବ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନୀରବ କାହିଁକି? ବରଗଡ଼:୧୨/୩ (ପବିତ୍ର ମେହେର) ଓଡ଼ିଶାର ଭାତ ହାଣ୍ଡି ରୂପେ ବେଶ ପରିଚିତ ବରଗଡ ଜିଲ୍ଲା ବେଶ ପରିଚିତ।ଧାନ ଚାଷ କ୍ଷେତ୍ରରେ ଅତାବିରା ବ୍ଲକର ଚାଷୀ ସବୁଠୁ ଆଗରେ। କିନ୍ତୁ ଅତାବିରା ବ୍ଲକ ଟୋପଗ୍ରାମ ପଂଚାୟତ ସ୍ଥିତ ସିଂହପାଲି ଗାଁ ରେ କିଛି ଦିନ ଆଗରୁ ଚାଲିଥିଲା ମଦୁଆ ଓ ଜୁଆଡିଙ୍କ ଆଡ୍ଡା।ଗାଁ ମାନଙ୍କ ରେ ସୁଧାର ଆଣିବା ପାଇଁ ଅଞ୍ଚଳ ବାସୀଙ୍କ ସମସ୍ୟା ଦୁଃଖ ଓ ଗାଁ ର ମୌଳିକ ସୁବିଧା ପାଇଁ ଜଣେ ଜନପ୍ରତିନିଧି ବାଛି ଥାଆନ୍ତି ଲୋକେ,ହେଲେ ସେ ସିଂହପାଲି ଗାଁ ରେ ଥିବା ଟୋପ ଗ୍ରାମ ପଂଚାୟତ ସରପଞ୍ଚ ଡୁଲେଶ୍ବରୀ ବୁଡ଼ା ଗାଁ ମଝିରେ ମଦ ବିକ୍ରି ହେଉଥିଲେ ହେଁ ଚୁପଚାପ ନୀରବ ରହୁଛନ୍ତି କାହିଁକି? କିଛି ଦିନ ଆଗରୁ ଗାଁ ରେ ମଦ ବିକ୍ରି ନ କରିବା ପାଇଁ ଦେଶୀ ଭାଟିକୁ ଯାଇ ସରପଞ୍ଚ ତାଗିଦ୍ କରିଥିଲେ ଓ ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନ ର ସାହାଯ୍ୟରେ କିଛି ଦିନ ବନ୍ଦ ମଧ୍ୟ କରିଥିଲେ ।କିନ୍ତୁ ଏବେ ପୁଣି ଗାଁରେ ଖୁଲମଖୁଲା ଚାଲିଛି ମଦ ବେପାର। ଆଉ ପୋଲିସ ସାଜିଛି ନୀରବଦ୍ରଷ୍ଟା । ଚୋରି, ଡକାୟତି, ଗୁଣ୍ଡାରାଜ, ରାହାଜାନିରେ ଭରପୂର ହୋଇଛି ଅଞ୍ଚଳ ।ହେଲେ ସରକାର ପରିବର୍ତନ ହେଲା ପରେ ବି ବିକାଶ ଏଠି ସାତ ସପନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ ଚିନ୍ତା ର ବିଷୟ ପାଲିଟିଛି l ହେଲେ ମଦ ବିକ୍ରିକୁ ଏଠାରେ ପ୍ରଶ୍ରୟ ଦେଉଛି କିଏ? ଗାଁ ରେ ଥିବା ମୁଖିଆ ଶିବ ମେହେର ନାଁ ସରପଞ୍ଚ ଡୁଲେଶ୍ବରୀ ବୁଡ଼ା ? ଅତାବିରା ପୋଲିସର ଜାଣତରେ ଚାଲିଛି କି ଗାଁ ଦାଣ୍ଡରେ ମଦ ବିକ୍ରି ? କୁଆଡେ ଗଲା ସରକାର ଙ୍କ ଅବକାରୀ ବିଭାଗ ବୋଲି ଲୋକେ କୁହାକୁହି ହେଉଥିବା ବେଳେ ମଦ ମୁକ୍ତ,ନିଶା ମୁକ୍ତ ଓଡିଶା ଆଉ କେବେ? ଗାଁ ମୁଖିଆ କି ସରପଞ୍ଚଙ୍କ ନଜରରେ ପଡୁନାହିଁ କି ଏସବୁ ?ଗାଁ ଦାଣ୍ଡରେ ଖୁଲମ୍ ଖୁଲ୍ଲା ବିକ୍ରି ହେଉଛି ମଦ । ଏ କଣ ଗାଁ କୁ କାମ ଆଉ ମା କୁ ସମ୍ମାନ? ଖବର ପ୍ରସାରଣ ପରେ ଚେଇଁ ଶୋଇଥିବା ଜିଲ୍ଲା ପ୍ରଶାସନ କି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କି କି ପଦକ୍ଷେପ ନେଉଛନ୍ତି ଚାହିଁ ରହିଛନ୍ତି ଅଞ୍ଚଳ ବାସୀ l

Leave a Reply

Your email address will not be published. Required fields are marked *