୨୨ଗ୍ରାମ ଧଳାଜହର ଜବତ : ୧ଗିରଫ
ତାଳଚେର, ୧୪/୧୦ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ସୁପରି ଟେଣ୍ଡେଟ ମଧୁସ୍ମିତା ବେହେରା ଅବକାରୀ ନିରୀକ୍ଷକ ଧିରେନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ହାତିଆ ବେହେରା, ଏସଆଇ ରଞ୍ଜିତ ପାତ୍ର, ସରୋଜ ସାହୁ, ପପୁନ ପ୍ରଧାନ, ଗୌରୀ ଓରାମ ତାଳଚେର ଥାନା ଅନ୍ତର୍ଗତ ରେମୁଁଆ ନୂଆସାହି ଠାରେ ଚଢ଼ାଉ କରି ସେହି ଅଂଚଳର ବ୍ରଜମୋହନ ପଟ୍ଟନାୟକ (୩୨) ଠାରୁ ୨୨ଗ୍ରାମ ଧଳାଜହର ଜବତ କରିବା ସହିତ ଏକ ଜୁପିଟର ନଂ- ଓଡ଼ି ୩୫ଏଫ-୬୩୫୩କୁ ଜବତ କରିଥିବା ଅବକାରୀ ପକ୍ଷରୁ ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି ।

