Spread the love

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ: ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ୱର, ୨୯/୯: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ଆନ୍ଦୋଳନ ତୀବ୍ର କରିବାକୁ ଯାଉଛି କଂଗ୍ରେସ। ଆସନ୍ତା ଅକ୍ଟୋବର ୮ ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବାକୁ ଦଳ ଘୋଷଣା କରିଛି। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘୋଷଣା କରିଛନ୍ତି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ MMDR ସଂଶୋଧନ ଆଇନ, ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ନିର୍ବାଚନ କମିଶନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଦଳ ଏହି ପ୍ରସଙ୍ଗଗୁଡ଼ିକରେ ସରକାରଙ୍କ ନିକଟରେ ନିଜ ଦାବି ରଖିଛି।

ବନ୍ଦକୁ ସଫଳ କରିବା ପାଇଁ ପଞ୍ଚାୟତଠାରୁ ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ସଂଗଠନକୁ ସକ୍ରିୟ କରିବାକୁ ଭକ୍ତ ଚରଣ ଦାସ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହାସହ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ବନ୍ଦରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, MMDR ସଂଶୋଧନ ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଚଳିତ ବିଧାନସଭା ଅଧିବେଶନରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଥିଲେ।

Leave a Reply

Your email address will not be published. Required fields are marked *