Spread the love

ଅଖିଳ ଭାରତୀୟ ପର୍ଯ୍ଯାବରଣ ମଂଚ ବୈଠକରେ କେରଳ ଏର୍ଣ୍ଣକୁଲମ ରେ ୪ ଦିନ ବ୍ଯାପି କାର୍ଯ୍ଯକ୍ରମ,ପର୍ଯ୍ଯାବରଣ ସଂରକ୍ଷଣ ଜାଗରଣ ଉପରେ ଗୁରୁତ୍ବ, ଓଡିଶାରୁ ୪ ଜଣଙ୍କର ଯୋଗଦାନ

ରାଇରଙ୍ଗପୁର: ୨୯\୯

ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ପର୍ଯ୍ଯାବରଣ ମଞ୍ଚ ପକ୍ଷରୁ ଅଖିଳ ଭାରତୀୟ ପର୍ଯ୍ଯାବରଣ ମଂଚ ବୈଠକ କେରଳ ପ୍ରଦେଶର ଏର୍ଣ୍ଣକୁଲମ ଠାରେ ଭାରତୀୟ ମଜଦୁର ସଂଘ ପ୍ରଦେଶ କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ସେପ୍ଟେମ୍ବର ୨୬ ରୁ ୨୯ ତାରିଖ ପର୍ଯ୍ଯନ୍ତ ୪ ଦିବସୀୟ କାର୍ଯ୍ଯକ୍ରମରେ ଓଡିଶାରୁ ୪ ଜଣଙ୍କର ଯୋଗଦାନ l
ଏହି କାର୍ଯ୍ଯର୍ରମରେ ସର୍ବଭାରତୀୟ ସ୍ତରର ୧୮ଟି ରାଜ୍ଯର ସଂଯୋଜକ, ସହସଂଯୋଜକ ଓ ସମ୍ଭାଗ ପ୍ରମୁଖ ଯୋଗଦାନ କରି ସୁମନ୍ତବ୍ଯ ପ୍ରଦାନ କରିଥିଲେ l
କାର୍ଯ୍ଯକ୍ରମରେ ଉନ୍ନି କ୍ରିଷ୍ଣାନ ଉନିଆନ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ଉପାଧ୍ଯକ୍ଷ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ମଞ୍ଚାସୀନ ଅତିଥିମାନଙ୍କ ମଧ୍ଯରୁ ପର୍ଯ୍ଯାବରଣ ମଞ୍ଚ ଅଖିଳ ଭାରତୀୟ ପ୍ରଭାରୀ ଶ୍ରୀ ଲକ୍ଷ୍ମଣା ଚନ୍ଦ୍ରା, ସହପ୍ରଭାରୀ ଇନାମୁଲ ହକ୍, ବି.ଏମ.ଏସ୍ . ର କେରଳ ପ୍ରଦେଶ ଉପାଧ୍ଯକ୍ଷା ଏଡଭୋକେଟ ଆଶା ମୋଲ, ପର୍ଯ୍ଯାବରଣ ମଞ୍ଚ କେରଳ ପ୍ରଦେଶ ସଂଯୋଜକ ସି.ବି. ବରଗିସ୍ , ଓଡିଶା ପ୍ରଦେଶରୁ ପର୍ଯ୍ଯାବରଣ ମଞ୍ଚ ସଂଯୋଜକ ଶ୍ରୀନିବାସ ଖୁଣ୍ଟିଆ, ରାଜ୍ଯ ସହ ସଂଯେଜକ ନିଗମାନନ୍ଦ ପଟ୍ଟନାୟକ, ସମ୍ଭାଗ ସଂଯୋଜକ ସୁନିତା ମହାପାତ୍ର ଓ ସୁରଭି ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ l ବୈଠକରେ ଓଡିଶା, ମଧ୍ଯପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ଗୁଜୁରାଟ, ରାଜସ୍ଥାନ, ତେଲେଂଗାନା, ଝାଡଖଣ୍ଡ, ଆନ୍ଦ୍ରପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଓ କେରଳ ପ୍ରମୁଖ ୧୮ଟି ରାଜ୍ଯର ପ୍ରତିନିଧିମାନେ ଭାଗ ନେଇଥିଲେ l ବୈଠରକେ ପର୍ଯ୍ଯାବରଣ ପ୍ରଦୂଷଣ କମ୍ କରିବା, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ରୁ ଉତ୍ପନ୍ନ ସାମଗ୍ରୀକୁ ରୋକିବା ପାଇଁ ଜନଜାଗରଣ ସୁଷ୍ଟି କରିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା l ଏହା ସହିତ କାର୍ଯ୍ଯକର୍ତ୍ତା ଙ୍କ ସାମନାରେ ଆସୁଥିବା ସମସ୍ଯା ସଂପର୍କରେ ପରିଚର୍ଚ୍ଚା ହୋଇଥିଲା l ବିଭିନ୍ନ ପ୍ରଦେଶର ପର୍ଯ୍ଯାବରଣ ସଂରକ୍ଷଣ ସହ ଯୋଡି ହୋଇଥିବା ସମସ୍ତ ଯୋଜନା ଉପରେ ଆଗାମୀ ଦିନର ରୂପରେଖ ଉପରେ ଆଲୋଚନା ହୋଇଥିଲା l ବୈଠକରେ ନିର୍ଣ୍ଣୟ ନିଆଯାଇ ଆସନ୍ତା ଅଖିଳ ଭାରତୀୟ ବୈଠକ ଜାନୟାରୀ ୨୭ ରେ ଉତ୍ତର ପ୍ରଦେଶ ଅଯୋଧ୍ଯା ରେ ହେବାର ସ୍ଥିର ହୋଇଛି l ଧନ୍ଯବାଦ ଦେଇଥିଲେ କେରଳ ରାଜ୍ଯ ଉପାଧ୍ଯକ୍ଷା ଆଶା ମୋଲ l
ସେପ୍ଟେମ୍ବର ୨୮ ଓ ୨୯ ତାରିଖ ରେ କେରଳ ପ୍ରଦେଶର ମୁନାର, କୋଚି, ଆଲେପି, ଏର୍ଣ୍ଣାକୁଲମ ପ୍ରମୁଖ ବହୁ ସ୍ଥାନ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପ୍ରକାର ଔଷଧୀୟ ବୁକ୍ଷ, ପର୍ଯ୍ଯାବରଣ ସଂରକ୍ଷଣ , ଗତିବିଧି ଓ ଜଳ ସଂରକ୍ଷଣ ଉପରେ ଅନୁଧ୍ଯାନ କରି ମାର୍ଗଦର୍ଶନ ଦିଆଯାଇଥିଲା l ଏଥିରେ ପର୍ଯ୍ଯାବରଣ ମଞ୍ଚ ର ପ୍ରଭାରୀ ଲକ୍ଷ୍ମଣା ଚନ୍ଦ୍ରା ଓ ସହପ୍ରଭାରୀ ଇନାମୁଲ ହକ୍ ପରିବେଶ ସମ୍ଭନ୍ଧୀୟ ଜ୍ଞାନ ଦର୍ଶନ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *