Spread the love

ଅଙ୍ଗନୱାଡି ସେଣ୍ଟର ରେ ଅଙ୍ଗନଉତ୍ସବ ପାଳନ! ଜୁନାଗଡ଼ 29/9/(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ )ରାଜ୍ୟସରକାରଙ୍କ ନିର୍ଦେଶକ୍ରମେ ଓଡିଶା ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସମସ୍ତ ବ୍ଲକର ଗାଁଗଣ୍ଡା ରେ ଥିବା ଅଙ୍ଗନୱାଡି ସେଣ୍ଟରରେ ଅଙ୍ଗନଉତ୍ସବ ପାଳନକରାଯାଇଥିବାବେଳେ, ଜୁନାଗଡ଼ ବ୍ଲକର ମହିଭର ଗ୍ରାମରେ ମଧ୍ୟ ମହା ଆଡମ୍ବରରେ 27/28/29/ତିନିଦିନ ଧରି ଅଙ୍ଗନ ଉତ୍ସବ ଅଙ୍ଗନୱାଡି ଶ୍ରୀମତି ମିନଗୁରୁ ଙ୍କ ଅବଧାନରେ ପାଳନକରାଯାଇଛି, ଏହି ଉତ୍ସବ ରେ ଆଶାକର୍ମୀ ଶ୍ରୀମତୀ ସୁଷମା ନାଏକ, ସହାୟିକା ସୁଶ୍ରୀ ଧର୍ମିତା ଗୁରୁ ସହଯୋଗ କରିଥିଲେ, ଓ ପ୍ରସ୍ତୁତି ମା, କିଶୋରୀ ବାଳିକା, ତିନି ରୁ ଛବର୍ଷର ବାଳକ ବାଳିକା, ଜେଜେବାପା ଜେଜେମା ମାନେ ଉପସ୍ଥିତ ଥିଲେ, ପ୍ରଥମଦିନ ପୃଷ୍ଟିକର ଖାଦ୍ୟ ତିଆରି କରିବା କୁନେଇ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରାଯାଇଥିଲା, ମା ମାନେ ମଧ୍ୟ ନିଜ ଘରୁ କଞ୍ଚା ପନିପରିବାରେ ତିଆରି ପୃଷ୍ଟିକର ସୁଆଦିଆ ଖାଦ୍ୟ ଆଣିଥିଲେ, ମୁଗଡାଲି, ମାଣ୍ଡିଆ ଖିରି ପୁରୀ ସରଞ୍ଜାମ ତିଆରି କରି ଅଙ୍ଗନୱାଡି ମା ମାନଙ୍କୁ ତିଆରି କରି ଖାଇ ବା ପାଇଁ ବୁଝାଇଥିଲେ, 28ତାରିଖ ଦିନ ବିଭିନ୍ନ ପ୍ରକାର ଫଳ କଦଳୀ, ସିଓ, ଡାଳିମ୍ବ, ଅଙ୍ଗୁର, ବିଟ, କ୍ଷୀର ଦିଆଯାଇଥିଲା, ଏବଂ ପ୍ରସ୍ତୁତି ମା, ଓ କିଶୋରୀ ବାଳିକା ମାନଙ୍କୁ ଖାଇବା ପାଇଁ ବୁଝାଇଥିଲେ,ଏବଂ ଛୋଟ ଛୋଟ ବାଳକ ବାଳିକା ମାନଙ୍କୁ ନାଚ ଗୀତ, ଡ୍ରଇଂଗ, କରାଯାଇଥିଲା,29ତାରିଖ ଦିନ ସମସ୍ତ ପ୍ରସ୍ତୁତି ମା କିଶୋରି ବାଲିକା ଛୁଆମାନେ ଜେଜେବାପା ମା, ଉପସ୍ଥିତ ଥିଲେ, ଏହି ଅଙ୍ଗନ ଉତ୍ସବରେ ଅଙ୍ଗନୱାଡି, ଆଶା କର୍ମୀ, ଓ ସହାୟିକା ଙ୍କ କାରୁକାର୍ଯ୍ୟ ରେ ଖୁସି ହୋଇ ମହିଭର ଗ୍ରାମର ପ୍ରସ୍ତୁତି ମା ମାନେ ଗାମୁଛା ଓ ପୁଷ୍ପ ଢ଼ୋକଣ ଦେଇ ଖୁସିର ସହ ସନ୍ନମାନିତ କରିଥିଲେ, ଏଥିରେ ସମାଜ ସେବି ଶ୍ରୀ ବାଲେଶ୍ୱର ସୁନାନୀ, ୱାର୍ଡ ମେମ୍ବର ଶ୍ରୀ ବିଶ୍ୱନାଥ ନାଏକ, ସି ଆର ପି ଶ୍ରୀମତୀ ପୁଷ୍ପାଞ୍ଜଳି ମାଝୀ, ଉପସ୍ଥିତ ଥିଲେ, ଏବଂ ସମାଜ ସେବି ଶ୍ରୀ ସୁନାନୀ ସମସ୍ତ ପ୍ରସ୍ତୁତି ମା କିଶୋର ବାଳିକା, ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ପୋଷଣ ଓ ପୃଷ୍ଟି କର ଖାଦ୍ୟ ଖାଇବା ପାଇଁ ବୁଝାଇଥିଲେ, ଏବଂ ସମସ୍ତଙ୍କ ବାଡ଼ିରେ କଞ୍ଚା ପନି ପରିବା ଓ ବିଭିନ୍ନ ପ୍ରକାର ଫଳ ଗଛ ଲଗେଇବାପାଇଁ ବୁଝେଇଥିଲେ, ଘରୁ ତିଆରି କରି ପୃଷ୍ଟିକର ଖାଦ୍ୟ ଆଣିଥିବା ପ୍ରସୂତି ମା ଶ୍ରୀମତୀ ସୁଜାତା ଦେଲେଇ, ଶ୍ରୀମତୀ ପଦ୍ମିନୀ ଗୁରୁ, ଶ୍ରୀମତୀ ସସ୍ମିତା ନାଏକ ଙ୍କୁ ଜିଲ୍ଲା ପାଳଙ୍କ ଅନୁମୋଦିତ ପୃଷ୍ଟିକର ଖାଦ୍ୟ ସା ର୍ଟିଫିକେଟପ୍ରଦାନ କରାଯାଇଥିଲା ଏବଂ ଅଙ୍ଗନ ୱାଡି ଆଶା କର୍ମୀ ଓ ସହାୟିକାଙ୍କ କାର୍ଯ୍ୟରେ ଖୁସିହୋଇ ଥିଲେ, ଗର୍ବବତୀ ମା ଙ୍କ ଠାରୁ ଛୁଆ ଜନ୍ନରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ଯତ୍ନ , ସେମାନଙ୍କ ସମସ୍ତ ପ୍ରକାର ରିପୋର୍ଟ, ଛୁଆ ମାନଙ୍କୁ ପୃଷ୍ଟି କର ଖାଦ୍ୟ ଦେବା, କିଶୋରୀ ବଳିଲାମା ମାନଙ୍କୁ ଛତୁଆ, ଲିଆ, ଲଡ଼ୁ, ବାଣ୍ଟିବା, ଏବଂ ଆଶା ମା ମାନଙ୍କୁ ଛୁଆ ଜନ୍ମ କରିବାରେ ଡାକ୍ତରଙ୍କ ସହଯୋଗ ଲୋଡି ସୁନ୍ଦର ଭାବରେ ମା ଛୁଆ ଙ୍କୁ ଆଣିବା, ଘରଘର ବୁଲି ରିପୋର୍ଟ ନେବା ଓ ସହାୟିକା ସୁନ୍ଦର ପରିବେଶ ରେ ରୋଷେଇକରି ଛୁଆମାନଙ୍କୁ ପୃଷ୍ଟିକର ଖାଦ୍ୟ ଖୁଆଇବା, ସୁନ୍ଦର ସଫା ସୁତୁରା ରଖିବା ରେ ଖୁସିହୋଇ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ, ସମସ୍ତେ ତିଆରି ହୋଇଥିବା ଡାଲମା ଭାତ, ଅଣ୍ଡା ତରକାରୀ, ସଜନା ସାଗ, ଦହି ସ୍ଲାଟ, ସମସ୍ତ କଞ୍ଚା ପରିବାରେ ମିଶା ତରକାରୀ ଖାଇଥିଲେ, ଏବଂ ସମସ୍ତଙ୍କୁ ଏମିତି ପୁରସ୍ଟିକ ଖାଦ୍ୟ ଖାଇଲେ ଆମକୁ ପୋଷଣ ମିଳିବ ଆମେ ସବୁବେଳେ ସୁସ୍ଥ ରହିବା ବୋଲି ସମସ୍ତ ଙ୍କୁ ଜଣେଇଥିଲେ,

Leave a Reply

Your email address will not be published. Required fields are marked *