Spread the love

ଅଣ୍ଡା ଦରକୁ ନେଇ ବଡ଼ ଆଶ୍ୱାସନ: ଧୀରେଧୀରେ କମିବ ଦାମ, ବଢ଼ିବ ଉତ୍ପାଦନ

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଦରକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଗାମୀ ଦିନରେ ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ କମିବ ବୋଲି ସେ କହିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଣ୍ଡାର ଚାହିଦା ଅଧିକ ରହିଛି। ଏଥିସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବୃଦ୍ଧି ପାଇଛି। ବର୍ତ୍ତମାନ ଓଡ଼ିଶାରେ ଦୈନିକ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି।

ସରକାରଙ୍କ ଲକ୍ଷ୍ୟ ହେଉଛି ରାଜ୍ୟର ଦୈନିକ ଅଣ୍ଡା ଉତ୍ପାଦନକୁ ୨ କୋଟିରେ ପହଞ୍ଚାଇବା। ଏଥିପାଇଁ କୁକୁଡ଼ା ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦିଆଯାଉଛି।

ଅଣ୍ଡା ଉତ୍ପାଦନ ବଢ଼ିବା ସହ ରାଜ୍ୟର ଚାହିଦା ପୂରଣ ହେବ ଏବଂ ଏହାର ପ୍ରଭାବରେ ଆଗାମୀ ଦିନରେ ଅଣ୍ଡା ଦର ମଧ୍ୟ ଧୀରେଧୀରେ ହ୍ରାସ ପାଇବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *