ଅଦ୍ଵିକା କିଶୋରୀ ବାଳିକା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଅମ୍ବାଭୋନା ତା ୨୯/୦୧/୨୦୨୫ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ର ସ୍ଵୟଂ ସହାୟକ ଗୋଷ୍ଠୀ ସଭାଗୃହରେ ସିଡିପିଓ ଶ୍ରୀମତୀ ଜୟନ୍ତୀ ଗଡତିଆ ଙ୍କ ଅଧ୍ୟକ୍ଷତାରେ ଅଦ୍ବିକା କିଶୋରୀ ବାଳିକା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ମାଁ ସରସ୍ୱତୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅମ୍ବାଭୋନା ବ୍ଳକର ବିଡ଼ିଓ ଶ୍ରୀଯୁକ୍ତ ଡ.ଲଳିତ ବାଗ ,ବି ଇ ଓ ଶ୍ରୀମତୀ ଭାବନା ସାହୁ , ଏ ଇ ଇ ପ୍ରଦୋଷ ତ୍ରିପାଠୀ,ଜିଲ୍ଲା ଇଉନିସେପ୍ ତରୁଣ ସେନ ପୃଷେଠ୍ ଯୋଗଦାନ କରିଥିଲେ । ଆମ୍ବାଭୋନା ବ୍ଳକର ସମସ୍ତ ସେକ୍ଟର ର କୃତୀ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ବିରୋଧ ଓ ମହିଳା ସଶକ୍ତିକରଣ ବିଷୟରେ ତର୍କ, ଅଦ୍ବିକା, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରବିଶଙ୍କର ବେହେରା, ଥଣ୍ଡା ରାମ ପ୍ରଧାନ,ସ୍ବାଧିନ କୁମାର ସାହୁ,ସୁଲଳିତ ପାତ୍ର ବିଚାରକ ଦାୟିତ୍ବ ତୁଲାଇ ଥିଲେ । ତର୍କ ପ୍ରତିଯୋଗୀତାରେ ଅମିତା ପ୍ରଧାନ, ପ୍ରଥମ, ଶୃତୀ ପଟେଲ ଦ୍ବିତୀୟ, ସୁମିତ୍ରା ମେହେର ତୃତୀୟ, ଅଦ୍ବିକା ରେ ସୁଷମା ଦୁବେ ପ୍ରଥମ, କଲ୍ୟାଣୀ ଦେହେରି ଦ୍ୱିତୀୟ, ସ୍ନେହା ଭୋଇ ତୃତୀୟ,ନୃତ୍ୟରେ ତପସ୍ଵିନୀ ସେଠ୍ ପ୍ରଥମ,ବର୍ଷା ମଲ୍ଲିକ ଦ୍ଵିତୀୟ,ଚନ୍ଦ୍ରକାନ୍ତି ତାଞ୍ଜେନ୍ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ହାତରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମ୍ବାଭୋନା ବ୍ଳକ ର ସମସ୍ତ ଅଙ୍ଗନୱାଡି କର୍ମୀ, ସମସ୍ତ ସେକ୍ଟର ର କୃତୀ କିଶୋରୀ ବାଳିକା ଯୋଗଦାନ କରିଥିଲେ ।
