Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ନୂତନ କର୍ମକର୍ତ୍ତା ମନୋନୟନ , ଖବରଦାତାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ।
(ଜେ ବି ଏନ /ସୁଶାନ୍ତ କୁମାର) ୧୮/୧୨ /୨୦୨୦ ଅନୁଗୋଳ :ଛେଣ୍ଡିପଦା ବ୍ଲକ ପାତ୍ରପଡା ଗ୍ରାମ ସ୍ଥିତ ପର୍ଯ୍ୟଟନ କ୍ଷେତ୍ର ମାଁ ବାଟ ବାୟାଣୀ ଦେବୀ ପୀଠର ସଭାଗୃହ ଠାରେ ଶୁକ୍ରବାର ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ ( ଏ ଡି ୟୃ ଜେ ) ପକ୍ଷରୁ ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସଂଘ ସଭାପତି ପର୍ଶୁରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ନୂତନ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିସହ କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ସମୟରେ ସମୁଖୀନ ହେଉଥିବା ସମସ୍ୟା , ପ୍ରଶାସନିକ ଅସହଯୋଗ , କେତେକ ଅସାମାଜିକ ବ୍ୟକ୍ତିଙ୍କ ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଆକ୍ରମଣ କରୁଥିବା ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯିବା ସାଙ୍ଗକୁ ସଂଘକୁ ସୁଦୃଢ କରିବା ନିମନ୍ତେ ସମସ୍ତ ସାମ୍ବାଦିକ ଏକତା ବଜାୟ ରଖିବା ଆଦି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଉଭୟ ସରକାରୀ ଓ ପ୍ରଶାସନିକ ସ୍ତରରେ ଚତୁର୍ଥ ସ୍ତମ୍ଭକୁ ଅଣଦେଖା କରାଯାଉଥିବା ଏପରିକି ସାମ୍ବାଦିକ ସୁରକ୍ଷା ବିଲ୍ ପାସ୍ କରାଯାଉନଥିବା ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।
ଏଥିରେ ୟୂନିୟନ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ମାଣ୍ଡୋଠିଆ ,ଉପ ସଭାପତି ଦୀନେଶ ଦେହୁରୀ , କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ସାହୁ , ଛେଣ୍ଡିପଦା ବ୍ଲକ ସଂଘ ସଭାପତି ଯଶୋବନ୍ତ ପ୍ରସାଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।
ସେହିପରି ୨ୟ ପର୍ଯ୍ୟାୟରେ ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ନିର୍ବାଚନ ସାଙ୍ଗକୁ ମନୋନୟନ କାର୍ଯ୍ୟକ୍ରମ କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର କୁମାର ପ୍ରଧାନ ,ସହ ନିର୍ବାଚନ ଅଧିକାରୀ ଭାବେ ଦୀନେଶ ଦେହୁରୀ ପରିଚାଳନା କରିଥିଲେ । ଏଥିରେ ପୂର୍ବତନ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେମାନେ ବିଧିବଦ୍ଧ ଭାବେ ଇସ୍ତଫା ଦେଇଥିଲେ । ଏହାପରେ ସଂଘ ପରିଚାଳନା ପରିଷଦ ନିୟମାନୁଯାୟୀ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ସଭାପତି ପଦବୀରେ ବରିଷ୍ଠ ସାମ୍ବାଦିକ ସୁବାସ ସାହୁ , କାର୍ଯ୍ୟକାରୀ ସଭାପତି ଭାବେ ସଞ୍ଜୀବ କୁମାର ମାଣ୍ଡୋଠିଆ ,ଉପ ସଭାପତି ଭାବେ ଅଜିତ କୁମାର ଧଳ ଓ ଉପେନ୍ଦ୍ର କୁମାର ରାଉତ , ସାଧାରଣ ସମ୍ପାଦକ ଭାବେ ଅଜିତ କୁମାର ଧର ,ସହ ସମ୍ପାଦକ ଭାବେ ଜୟନ୍ତ କୁମାର କର , କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ସାହୁ , ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପର୍ଶୁରାମ ଦାସ , ଉପଦେଷ୍ଟା ଭାବେ ସନ୍ତୋଷ କୁମାର ମିଶ୍ର ,ସୁଶାନ୍ତ ପ୍ରଧାନ ଓ ପ୍ରଦୀପ୍ତ ପୁରୋହିତ ପ୍ରମୁଖ ମନୋନୀତ ହୋଇଛନ୍ତି । ଏହାପରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ନିୟମାନୁଯାୟୀ ସଂଘର ସୁପରିଚାଳନା ସକାଶେ ଶପଥପାଠ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଏହାସହିତ ମା ବାଟ ବାୟାଣୀ ମନ୍ଦିର ଦର୍ଶନ କରିବା ସହ ପୂଜା ପାଠ କରାଯାଇଥିଲା । ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ସାଜସଜ୍ଜା ଅତ୍ୟନ୍ତ ମନୋରମ ଥିବା ଯାହାକି ଯାତ୍ରୀ ଏବଂ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରୁଥିବା ଯୋଗୁଁ ସଂଘ ପକ୍ଷରୁ ମନ୍ଦିର ପରିଚାଳନା କମିଟିକୁ ଭୂୟସୀ ପ୍ରଶଂସା କରାଯାଇଛି ।
Post Views: 7
Post navigation