Spread the love

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଜେନାଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ

ଯାଜପୁର —-ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଡାହାଣହଟା ପଞ୍ଚାୟତର ତେନ୍ତୁଳି ଡିହ ଗ୍ରାମର ୟୁଜି ଏମ ଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ବିଶ୍ବମ୍ବର ଜେନାଙ୍କ ଏକାଦଶାହରେ ଏକ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ହରେରାମ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକ, ଦିଗାମ୍ବର ସାହୁ, ବଂଶିଧର ଦାସ,ଛାୟାପତି ଜେନା, ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ସରୋଜ ମହାପାତ୍ର,ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ,ଶିଶୁ ସାହିତ୍ୟିକ ଡ଼ ଧୀରେନ୍ଦ୍ର ମଲ୍ଲୀକ, ଶିକ୍ଷାବିତ କଳ୍ପତରୁ ସାମଲ, ରବିନ୍ଦ୍ର ମହାପାତ୍ର,ରମେଶ ସାମଲ, ରମେଶ ମହାପାତ୍ରଙ୍କ ସମେତ ବହୁ ଶିକ୍ଷାବିତ ଯୋଗଦେଇ ସ୍ବର୍ଗତ ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଜେନାଙ୍କ ସ୍କୁତିଚାରଣ କରିଥିଲେ। ସ୍ବର୍ଗତ ଜେନାଙ୍କ ସାନଭାଇ ବିଜୟ କୁମାର ଜେନା ଧନ୍ୟବାଦ୍ ଦେଇଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଜେନାଙ୍କ ପୁତ୍ର ସତ୍ୟବ୍ରତ,ସତୀଶ, ଜ୍ୟୋତିପ୍ରକାଶ ଏବଂ ବନ୍ଧୁ ଓ ପରିବାର ବର୍ଗ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *