ଅବହେଳା ଯୋଗୁ ଛାତ୍ରାବାସରେ ଛାତ୍ରୀଙ୍କ ମୃତ୍ତ୍ୟୁ ହୋଇଥିବା ଅଭିଯୋଗ।
କେନ୍ଦୁଝର ଜିଲ୍ଲା ରୁଗୁଢ଼ି ଥାନା ଅନ୍ତର୍ଗତ ରୋଇଡା ସ୍ଥିତ ଛାତ୍ରାବାସରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅବହେଳା ଯୋଗୁ ଛାତ୍ରୀ ଜଣକର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ ଗତକାଲି ଛାତ୍ରୀ ଜଣକର ସନ୍ଧ୍ୟା ସମୟରେ ବାନ୍ତି ଲାଗିଥିଲା ଏନେଇ ଅନ୍ୟ ଜଣେ ଛାତ୍ରୀ ଛାତ୍ରାବାସରେ ଦାୟିତ୍ୱରେ ଥିବା କତୃପକ୍ଷଙ୍କୁ ଅବଗତ କରାଇ ଥିଲେ କିନ୍ତୁ ପରେ ଛାତ୍ରୀ ଜଣକ ଖାଇ ସୋଇଥିବା ବେଳେ ଆଜି ସକାଳୁ ସେ ନ ଉଠିବାରୁ ତାଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ନେଇ ସୂଚନା। ଘଟଣା ସମ୍ପର୍କରେ ଖବର ପାଇ ରୁଗୁଢି ପୋଲିସ୍ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
