Spread the love

ଶ୍ରୀନଗର: ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। କନ୍ତୁ ଶନିବାର ଯାତ୍ରା ସମୟରେ ରାମବନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ, ପହଲଗାମ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁଙ୍କ କାଫିଲେର ଯାଉଥିବା ଚାରୋଟି ବସ୍ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ୩୬ଜଣ ଯାତ୍ରୀ ଆହତ ହୋଇଥିଲେ।ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣା ପଛରେ କାରଣ ହୋଇଛି ଏକ ବସ୍‌ର ବ୍ରେକ୍ ଫେଲ୍ । ଏହି କାରଣରୁ ବସ୍‌ଟି ନିୟନ୍ତ୍ରଣ ହରାଇଲା, ଯାହା ଫଳରେ ପଛରେ ଆସୁଥିବା ଅନ୍ୟ ବସ୍‌ଗୁଡ଼ିକ ତା’ ସହିତ ଧକ୍କା ହୋଇଥିଲା। ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତରିତ କରାଯାଇଥିଲା, ଯାହାଦ୍ୱାରା ସେମାନେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଇପାରିବେ।ପ୍ରବଳ ବର୍ଷା ମଧ୍ୟରେ ଶନିବାର ସକାଳେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ ପାଇଁ ୬,୯୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂଆ ଦଳ ବାହାରିଛି। ଜୁଲାଇ ୨ ରେ ଯାତ୍ରା ଆରମ୍ଭ ହେବା ପରଠାରୁ, ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ତୀର୍ଥଯାତ୍ରୀ ଦର୍ଶନ କରିସାରିଛନ୍ତି।ଏହି ଯାତ୍ରାକୁ ଉପରାଜ୍ୟପାଳ ମନୋଜ ସିହ୍ନା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ କଡ଼ା ସୁରକ୍ଷା ମଧ୍ୟରେ ଅମରନାଥ ଯାତ୍ରା ଅନୁଷ୍ଠିତ ହେଉଛି।

Leave a Reply

Your email address will not be published. Required fields are marked *