Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ

ଅମାନିଆ ଗାଡି ଚାଳକ ଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ

(ଜେ ବି ଏନ/ସୁଶାନ୍ତ କୁମାର) ୦୪/୦୨/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଆଜି ଅମାନିଆ ଗାଡି ଚାଳନା ପାଇଁ ଯାଞ୍ଚ ପକ୍ରିୟା ଜୋରସୋର ହୋଇଛି। ବିଗତ କିଛି ମାସ ହେବ କରୋନା ମହାମାରୀ ପାଇଁ ଯାଞ୍ଚ ପ୍ରକ୍ରିୟା କୋହଳ ହୋଇଥିଲା। ରାଜ୍ୟ ସରକାର ସଡକ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର୍ ନିତିଦିନ ସଚେତନତା କରାଉଛନ୍ତି।

ଅମାନିଆ ଚାଳକ ଏଥିପ୍ରତି ଧ୍ୟାନ ଦେଉନଥିବା ବଅଁରପାଳ ଅଞ୍ଚଳ ରେ ଦେଖିବାକୁ ମିଲୁଛି। ରାଜ୍ୟ ରେ ଦୁର୍ଘଟଣା ହାର ବୃଦ୍ଧି ପାଉଥିବାରୁ ଏହି ଯାଞ୍ଚ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ରେ ଆଜି ବଅଁରପାଳ ପୋଲିସ ଜୋର୍ ଧରିଥିବା ବେଳେ ବଅଁରପାଳ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ କରାଯାଇ ୧୦୦ ଉର୍ଦ୍ଧ ଗାଡି ଯାଞ୍ଚ ହୋଇଥିବା ବେଳେ ସେଥିରୁ ପ୍ରାୟ ୪୦ ଟି ଗାଡି ବେଆଇନ ଭାବରେ ହେଲମେଟ ନ ପିନ୍ଧିବା, ଲାଇସେନ୍ସ ନଥିବା, ନାବାଳକ ଗାଡି ଚାଳନା କରି ଧରା ପଡିଥିଲେ। ଏହାଦ୍ୱାରା ବଅଁରପାଳ ପୋଲିସ ପକ୍ଷରୁ ଚାଳିଶ ହଜାର(୪୦,୦୦୦) ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।