“ଅମ୍ଳାନ ଶିଶୁ ପ୍ରତିଭାର ନିଛକ ଉଦାହରଣ,ଜାଗୃତି ହାଇସ୍କୁଲ ରେ ପାଳିତ ହେଲା ଶିଶୁ ଦିବସ”

ବରଗଡ଼:-୧୪/୧୧(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦୂଲମପୁର ପଞ୍ଚାୟତ ଗୋଡ ଭଗା-ତୁରୁମ ୫୪ନଂ-ରାଜ୍ୟ ରାଜପଥ କଡ ଦୁଲମପୁର ଛକ ଜାଗୃତି ହାଇସ୍କୁଲ,ଦୁଲମ ପୁର ରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଦୂଲମପୁର ପଞ୍ଚାୟତ ସରପଞ୍ଚ ଭି ଏଙ୍କେନା ବାବୁ,ବିଶିଷ୍ଟ ଅତିଥି ବିଦ୍ୟାଳୟ କୁ ଭୂମି ଦାନ କରି ସବୁବେଳେ ପିଲାଙ୍କ ଆଗ୍ରହୀ ରହିଥିବା ଗାଆଁ ର ଜଣେ ବରିଷ୍ଠ ନାଗରିକ ରାଧେଶ୍ୟାମ ସାହୁ,ଆମନ୍ତ୍ରିତ ଅତିଥି ସାମ୍ବାଦିକ ନବୀନ ଦାଶ ଯୋଗ ଦେଇ କୁନି କୁନି ଶିଶୁ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ବାଗ ଦେବୀ ସରସ୍ଵତୀ,ପ୍ରଭୁ ଗଣେଶ ଓ ମାଁ ସମଲେଶ୍ଵରୀ ଠାରେ ଧୂପ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ଚାଚା ନେହେରୁ ଙ୍କ ଜନ୍ମ ତିଥି ଅବସରରେ ସ୍ମୃତି ଚାରଣ କରି ପୂଜାର୍ଚ୍ଚନା କରା ଯାଇଥିଲା।

ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ କରି ଥିବାବେଳେ ବିଦ୍ୟାଳୟ ର ଶିକ୍ଷକ,କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ପରିଚାଳନା କ୍ରମେ ସଭା ଆରମ୍ଭ ହୋଇ ଅତିଥି ମାନଙ୍କ ଦ୍ଵାରା ଫୁଲ, ଚନ୍ଦନ ସହ ଉପହାର ସହ ମିଷ୍ଟାନ୍ନ ପ୍ରଦାନ ପୂର୍ବକ ଅମ୍ଳାନ ଶିଶୁ ପ୍ରତିଭା ର ନିଛକ ଉଦାହରଣ ସୃଷ୍ଟି କରିଥିଲା ଦୂଳମ୍ ପୁର ଜାଗୃତି ହାଇ ସ୍କୁଲ।ଏଥିରେ ଜାଗୃତି ହାଇ ସ୍କୁଲ ସମେତ ନିକଟରେ ରହି ଥିବା ପ୍ରାଇମେରୀ ସ୍କୁଲ ର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିଲା।ପରି ଶେଷରେ କୁନି କୁନି ଶିଶୁ କଳାକାର ମାନଙ୍କ ଦ୍ବାରା ଲବଙ୍ଗ ଲତା,ରଙ୍ଗବତୀ, ମାଏଲା ଜଡ ଭଳି ସମ୍ବଲପୁରୀ ସହ ବିଭିନ୍ନ ନୃତ୍ୟ ଗୀତ ଦେଖଣାହାରୀ ଙ୍କ ମନମୁଗ୍ଧ କର ହୋଇ ଉଠିଥିଲା।

