Spread the love

ଵହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଆଡଭୋକେଟ୍ ଲାଇସେନ୍ସ ପାଇବାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି I ସେ ନିଜ ବିରୋଧରେ କୌଣସି ପ୍ରକାର କ୍ରିମିନାଲ କେସ୍ ନାହିଁ ବୋଲି ଦର୍ଶାଇବା ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି। ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋ‌ଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂକ୍ରାନ୍ତରେ ତଥ୍ୟ ଉଲ୍ଲେଖ କରି ନଥିଲେ।

ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଅର୍ଚ୍ଚନାଙ୍କ ଫର୍ମରେ ଉଲ୍ଲେଖ କରାଯାଇଥିଲା। ଯାଞ୍ଚରୁ ଅର୍ଚ୍ଚନା ଫର୍ମରେ ବିଚାରାଧୀନ ଫୌଜଦାରୀ ମାମଲା ସଂପର୍କିତ ତଥ୍ୟ ଜାଣିଶୁଣି ଦର୍ଶାଇ ନଥିବା ଓ ଲୁଚାଇଥିବା ଜଣା ପଡ଼ିଛି।

ଅର୍ଚ୍ଚନା ନାଗଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *