Spread the love

ଅସହାୟ ଅବସ୍ଥାରେ ଗତି କରୁଥିବା ଦୁଇ ଜଣ ବୃଦ୍ଧାଙ୍କ ପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଗୋଲାମୁଣ୍ଡା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଦ୍ମ ପୁରଗ୍ରାମର ଦୁଇ ଜଣ ମହିଳା ଅସହାୟ ଅବସ୍ଥାରେ ରହି ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ, ଦୁଇ ଜଣଙ୍କର ସାହାରା କରିବା ଭଳି କିଏ ନ ଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି, ଏଭଳି ଦୁଃଖଦ ଖବର ପାଇ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ଓ ମୁରଲୀଧର ବାଗ ଯାଇ ତଦନ୍ତ କରି ଜାଣି ପାରିଲେ ଯେ, ପ୍ରକୃତରେ ମନୁଷ୍ୟ ଏଭଳି ଦୁଃଖରେ କାଲାତି ପାତ କରିବା କଷ୍ଟକର, ତାଙ୍କ ପରିସ୍ଥିତ ଦେଖିଲେ ଆଖିରେ ଲୁହ ଗଡି ଯିବ, ହେଲେ ପ୍ରଥମ ମହିଳା ହେଉଛି ସତମତି ମାଝି (୬୫) ପିତା , ଘନେଶ୍ୱର୍ ମାଝି ଏକ ବିକଳାଙ୍ଗ ଅଟେ, ଦୁଇହାତ ଓ ଦୁଇ ଗୋଡ଼ ଭରାରେ କଇଁଛ ଭଳି ଚାଳି ଥାନ୍ତି, ଉଁଇ ହୁଙ୍କା ଦଦରା ଘରେ ଓ ଓଦା ସନ୍ତ ସନ୍ତିଆ, ଓ ଭଙ୍ଗା ଖଟିଆରେ ସୋଇଛନ୍ତି, ସରକାରୀ ସହାୟତା ଚାଉଳ ୫କିଲୋ ଓ ବିକଳାଙ୍ଗ ଭତ୍ତା ୩୫୦୦ପାଉଛି, ହେଲେ ଘର ଖଣ୍ଡିଏ ଓ ସାଇକେଲ ଏବଂ ବିଦୁତ୍ୟ, ସହ ୩୫କିଲୋ ଚାଉଳ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି । ହେଲେ ଆଉ ଜଣେ ମହିଳା ହେଉଛି ,ଛଉ ଗଉଡ ଏକ ପଲିଥିନ ତଳେ ବର୍ଷା, ଖରା ଓ ଶୀତରେ ଜୀବନ ନିର୍ବାହ କରୁଛନ୍ତି, ତାଙ୍କୁ ବି ସରକାରୀ ସହାୟତା କେବଳ ଭତ୍ତା ଏକ ହଜାର ଟଙ୍କା ଓ ଚାଉଳ ୫କିଲୋ ପାଉଛନ୍ତି, ମହିଳା ଛଉ ଗଉଡ ଓ ସତମତି ମାଝୀ ଦୁଇ ଜଣ ମହିଳା ଗ୍ରାମର ବାହାରେ ଓ ଅନାବନା ଘାସ ଲତାରେ ଏବଂ ଭଙ୍ଗା ଦଦରା କୁଡିଆରେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ,ସ୍ଥାନୀୟ ଦୁଇ ଜଣ ବୃଦ୍ଧା କିଭଳି ସୁବିଧା ରେ ରହିବେ ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *