‘ଅସ୍ମିତା ଖେଲୋ ଇଣ୍ଡିଆ’ ଓ ଜିଲ୍ଲା ଉଶୁ ଚାମ୍ପିଅନସିପ୍ ଅନୁଷ୍ଠିତ
ଅନୁଗୋଳ, ୧୧.୧୧ : ରାଜ୍ୟ ଉଶୁ ଆସୋସିଏସନ୍, ଜିଲ୍ଲା ଉଶୁ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ‘ଅସ୍ମିତା ଖେଲୋ ଇଣ୍ଡିଆ’ ଓ ଜିଲ୍ଲା ଉଶୁ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅପରାହ୍ନରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଶୁ ଆସୋସିଏସନ୍ର ଟେକ୍ନିକାଲ ଡାଇରେକ୍ଟର ତଥା ଆନ୍ତର୍ଜାତୀୟ ଜଜ୍ ଶ୍ରୀ ପ୍ରଦ୍ୟୁମ୍ନ ବେହେରା ଏବଂ ପୂର୍ବତନ ନଗରପାଳ ଶ୍ରୀ ଭକ୍ତି ପ୍ରସାଦ ଦାସ, ଉଶୁ ଆସୋସିଏସନ୍ର ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଜଜ୍ ଶ୍ରୀ ସୁଶାନ୍ତ ନାଏକ, ଜିଲ୍ଲା ଉଶୁ ଆସୋସିଏସନ୍ର କାର୍ଯ୍ୟକାରୀ ସଭାପତି ଶ୍ରୀ ଦିନେଶ ପ୍ରଧାନ, ଉପସଭାପତି ଶ୍ରୀ ରାଜେଶ ମିଶ୍ର, ଉପଦେଷ୍ଟା ଶ୍ରୀ ଦୁଷ୍ମନ୍ତ ସାହୁ ଓ ଶ୍ରୀ ଦୋଳଗୋବିନ୍ଦ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

