ଆଇରନଚୋରୀ ଘଟଣାରେ ବଡ଼ବିଲ ପୋଲିସ୍ ଦ୍ବାରା ଆଉ ତିନି ଗିରଫ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଗତ 21ତାରିଖ ଦିନ ଆଇରନ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ୍ ପକ୍ଷରୁ ଭାଦ୍ରାସାହି ନିକଟରେ ଚଢାଉ କରି ତିନୋଟି ହାଇୱା ଗାଡ଼ି ସହ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଉକ୍ତ ଘଟଣାର ତଦନ୍ତ କରି ଉକ୍ତ ଆଇରନ ଚୋରିରେ ସଂପୃକ୍ତ ତିନିଜଣଙ୍କୁ ଗିରଫ କରିବା ସହ ତିନୋଟି କାର୍ କୁ ଜବତ୍ କରିଛି ବଡ଼ବିଲ ପୋଲିସ୍। ଗିରଫ ଅଭିଯୁକ୍ତ ମାନେ ହେଲେ ନିହାଲ ଖାନ୍ ଅମିତ୍ ବାଗଦି ଓ ସଦାନନ୍ଦ ମାଙ୍କି ଏବଂ ସେମାନଙ୍କ ଦ୍ଵାରା ଉକ୍ତ ଚୋରି ଘଟଣାରେ ବ୍ୟବହୃତ ତିନୋଟି କାର ଯଥା ମାରୁତି XL JH 05DC 3558 , ହୋଣ୍ଡାଇ କ୍ରେଟା OD 05 BP 7382 ଓ ଗୋଟିଏ ମାରୁତି ସ୍ଵିଫ୍ଟ 0D 14K 1675 କୁ ଜବତ୍ କରିଥିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ। ତେବେ ପୋଲିସ୍ ପକ୍ଷରୁ ଖଣି ମାଫିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଦେଖାଯାଉ ଆଗାମୀ ଦିନରେ ଖଣିବିଭାଗ ପକ୍ଷରୁ କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇ ଏପରି ଖଣି ମାଫିଆ ମାନଙ୍କ ଉପରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ସବୁ ଜାଣି ଶୁଣି ମୁକସାକ୍ଷୀ ସାଜି ହାତ ବାନ୍ଧି ବସୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
