Spread the love

ନୁଆଦିଲ୍ଲୀ: ଶୁକ୍ରବାର ସଂସଦରେ ବଜେଟ୍‌ ୨୦୨୬-୨୭ ଉପରେ ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ସହ ସ୍ଲୋଗାନ ଦେଇଥିଲେ । ଏହାପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ସଂସଦ ବାହାରେ ପ୍ରତିବାଦ କରୁଥିବା ଦେଖାଯାଇଥିଲା, ଆମେରିକା-ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ଏକ ଫାଶ ଚୁକ୍ତିି ବୋଲି ପୋଷ୍ଟର ଧରିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *