Spread the love

ଭୂବନେଶ୍ୱର ୦୭/୦୨: ଆଜି ସନ୍ଧ୍ୟା ୭ଟା ୪୦ ମନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଉଭୟ ଭାରତ ଏବଂ ଇଂଲଣ୍ଡ ଖେଳାଳି । ମେ’ ଫେୟାର ହୋଟେଲରେ ଖେଳାଳି, କୋଚ୍‌ ଏବଂ ମ୍ୟାଚ୍‌ ଅଫିସିଆଲମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ ।

ଆସନ୍ତା ୮ ତାରିଖରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ମ୍ୟାଚ୍‌ ଦିବସ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ରୋହିତ ବାହିନୀଙ୍କୁ ଦେଖିବା ନିମନ୍ତେ କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇରହିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବଜା କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ବାରବାଟୀରେ ଏହି ଦୁଇ ଦଳ ମୋଟ୍‌ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥରୁ ଭାରତ ୩ଟି ଜିତିଥିବାବେଳେ ଇଂଲଣ୍ଡ ୨ଟି ଜିତିଛି । ବାରବାଟୀରେ ଶେଷ ଦୁଇ ମ୍ୟାଚ୍‌ରେ ଭାରତ ଜିତିଛି ।

Leave a Reply

Your email address will not be published. Required fields are marked *