Spread the love

ଆଦିବାସୀ ସାମାଜିକ,ସାଂସ୍କୃତିକ ପରିଷଦ ପକ୍ଷରୁ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
କୁଚିଣ୍ଡା:୧୫/୧୧: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ଆଦିବାସୀ ସାମାଜିକ,ସାଂସ୍କୃତିକ ପରିଷଦ ର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ବିର ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଉତ୍ସବ ପିତା ହୋଇଯାଇଛି । ଏଥିରେ କୁଚିଣ୍ଡା ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୀର ବିର୍ସାଙ୍କ ସ୍ଵାଧୀନତା ସଂଗ୍ରାମ ଓ ଆଦିବାସୀ ସମାଜରୁ କୁସଂସ୍କାର ଦୁରି କାରଣ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ତାଙ୍କ ସଭାପତି ଅଭିଭାଷଣରେ ମାତ୍ର ପଚିଶ ବର୍ଷ ବୟସରେ ଇଂରେଜ ସରକାର ଙ୍କୁ ନିଜ ସଂଗ୍ରାମ ରେ ଥରହର କରି ଦେବା ଓ ଆଦିବାସୀ ଓ ପଛୁଆ ବର୍ଗ ହକ୍ ପାଇଁ ସଂଗ୍ରାମ କୁ ମାନେ ପକାଇ ଦେଇଥିଲେ ।ସମ୍ମାନିତ ବକ୍ତା ଭାବରେ ଯୁବ ସ୍ୱେଚ୍ଛାସେବୀ ଗ୍ଲାଇଆ ଲକ୍ର ବିର୍ସା ଙ୍କ ଜୀବନୀ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ଉତ୍ସବର ଅନ୍ୟତମ ଉଦ୍ୟୋକ୍ତା ସୁରେଖା ମୁଣ୍ଡା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ରାନି ପଟେଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ଏହା ପରେ ଅତିଥି ଙ୍କ ସହ ଉଦ୍ୟୋକ୍ତା ଗଣ ବିର୍ସା ମୁଣ୍ଡଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ,ଦୀପ ଦାନ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ବୀର ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଶେଷରେ ରଶ୍ମିତା ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ସୁରେଖା ଲୁହା, ନମିତା ଧାନ, ସୁଷମା ସୁରିଆ,ଅନିତା କିଷାନ୍,ରୋଜି ନାଏକ,ରେଖା ସୁନା ନୀ,ଆସାମୀ ମୁଣ୍ଡା,ପ୍ରିତିପ୍ରୀୟ ଖେସ,ଅମ୍ବିକା କେରକେଟା ପ୍ରମୁଖ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *