Spread the love

‘ଆମ କଳାକାର’ ପୋର୍ଟାଲ ଦ୍ୱାରା ପଞ୍ଜୀକୃତ କଳାକାରଙ୍କ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ଉଦ୍‌ଘାଟିତ

ଅନୁଗୋଳ, ୧୧.୧୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ପାଠାଗାର ପରିସରରେ ‘ଆମ କଳାକାର’ (CTMS 2.0) ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳଗୁଡ଼ିକର ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଚାଲୁ ରହିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ପ୍ରତିଭାସମ୍ପନ୍ନ ସାଂସ୍କୃତିକ ଦଳଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମମାନଙ୍କରେ କଳା ପ୍ରଦର୍ଶନର ସୁଯୋଗ ଯୋଗାଇ ଦେବା। ଏହି ଚୟନ ପ୍ରକ୍ରିୟାରେ ମନୋନୀତ ହେଉଥିବା ଦଳଗୁଡ଼ିକ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପରିବେଷଣ କରିବା ପାଇଁ ସୁଯୋଗ ପାଇପାରିବେ।
ଆଜିର ଉଦ୍‌ଘାଟନୀ ଦିବସରେ ବିଚାରକ ଭାବେ ଶ୍ରୀ ପ୍ରିୟରାମ ପ୍ରଧାନ, ଶ୍ରୀ ହଳଧର ଦାସ ଓ ଶ୍ରୀ ବୃନ୍ଦାବନ ମାଝୀ ଉପସ୍ଥିତ ରହି ସାଂସ୍କୃତିକ ଦଳଗୁଡ଼ିକର କଳା ପରିବେଷଣର ମୂଲ୍ୟାୟନ କରିଥିଲେ।
ଏହି ଅଭିନବ ପଦକ୍ଷେପ ଜିଲ୍ଲାର ଲୋକକଳା, ଲୋକସଂସ୍କୃତି ଓ ପାରମ୍ପରିକ କଳାକୁ ରାଜ୍ୟସ୍ତରରେ ପ୍ରସାରିତ କରିବା ସହ ସ୍ଥାନୀୟ କଳାକାରମାନଙ୍କୁ ଏକ ନୂତନ ପରିଚୟ ଓ ରୋଜଗାରର ସୁଯୋଗ ପ୍ରଦାନ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *