{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ବିରାଟ ବନ୍ଧୁମିଳନ

ବଅଁରପାଳ, ୨୨ / ୦୧ ନାଲକୋ ର ସର୍ବଶ୍ରେଷ୍ଠ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ବୁଧୁବାର ଦିନ ବଳାରାମପ୍ରସାଦ କ୍ରିକେଟ ଖେଳ ପଡିଆ ନିକଟସ୍ଥ ପାହାଡ଼ ତଳେ ଏକ ବିରାଟ ଓ ଉଚ୍ଚକୋଟୀର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ମେଲଟର ପ୍ଲାଣ୍ଟ ର ଏକ ହଜାର ରୁ ଉର୍ଦ୍ଧ୍ୱ କର୍ମଚାରୀ ଯୋଗଦାନ କରି ସଙ୍ଗଠନ ତଥା ଉଦ୍ୟୋଗ ର ବିଭିନ୍ନ ଉନ୍ନୟନ ମୂଳକ ତଥ୍ୟ ପ୍ରାପ୍ତ କରିଥିଲେ । ସଙ୍ଗଠନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପାଳ କୃଷ୍ଣ ମଲ୍ଲିକ ସ୍ୱାଗତ ଭାଷଣ କରିବା ସହ ଅତିଥି ମାନଙ୍କୁ ମଞ୍ଚାସିନ କରାଇଥିଲେ । ଅତିଥି ମାନଙ୍କ ମଧ୍ୟରେ ସଙ୍ଗଠନ ର ପ୍ରତିଷ୍ଠାତା ଶ୍ରୀ ଗୋକୁଳାନନ୍ଦ ଜେନା ଓ ଶତ୍ରୁଘ୍ନ ତରାଇ, ବରିଷ୍ଠ ବିଜେପି ନେତା ମୀନକେତନ ଅମାନ୍ତ, ଶ୍ରୀ ବିନୋଦ କୁମାର ସେଠ ଓ ଅମୀୟ ତ୍ରିପାଠୀ, ଭାରତୀୟ ମଜ଼ଦୂର ସଙ୍ଘର ରାଜ୍ୟ କୋଷାଧକ୍ଷ ଶ୍ରୀ ସଞ୍ଜୟ ଦେହୁରୀ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀମତୀ ସୁରଭି ସ୍ୱାଇଁ ଓ ବିନୟ କୁମାର ତ୍ରିପାଠୀ, ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ସାହୁ ଓ ଜିଲ୍ଲା ସମ୍ପାଦକ ଶ୍ରୀ ଅଜୟ କୁମାର ପାଢ଼ୀ ଭଳି ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଯୋଗଦାନ କରି କାର୍ଯ୍ୟକର୍ତ୍ତା ମାନଙ୍କର ତ୍ୟାଗ ଓ ତପସ୍ୟାକୁ ଭୁୟସୀ ପ୍ରସଂଶା କରି ଆଲୁମିନିୟମ ମଜ଼ଦୂର ସଂଘକୁ ନାଲକୋର ସର୍ବଶ୍ରେଷ୍ଠ ଶ୍ରମିକ ସଙ୍ଗଠନ ର ଆଖ୍ୟା ଦେଇଥିଲେ । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଆଲୁମିନିୟମ ମଜ଼ଦୂର ସଂଘର ନୀତି, ଆଦର୍ଶ ଓ ଦୃଢ଼ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ଅନେକ କର୍ମଚାରୀ ଅନ୍ୟ ସଙ୍ଗଠନ ପରିତ୍ୟାଗ କରି ଆଲୁମିନିୟମ ମଜଦୂର ସଂଘ ସଙ୍ଗଠନ ସହିତ ବିଧିବଦ୍ଧ ଭାବେ ଯୋଡି ହୋଇଥିଲେ । ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ବିନୋଦ କୁମାର ସାମଲ ଆଲୁମିନିୟମ ମଜଦୂର ସଂଘ ତରଫରୁ କରାଯାଇଥିବା ବହୁ ପ୍ରତୀକ୍ଷିତ ପିଆରପି ଓ ଅଣ ଅଫିସର ନିଯୁକ୍ତି ଭଳି ଅନେକ ଉଦ୍ୟୋଗ ହିତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ପ୍ରତିପାଦିତ କରିଥିଲେ ଓ ସଙ୍ଘର ସଭାପତି ଶ୍ରୀ ମୁନା ସାମଲ କର୍ମଚାରୀ ମାନଙ୍କ ହିତ କୁ ସର୍ବାଗ୍ରେ ରଖି ଆଲୁମିନିୟମ ମଜଦୂର ସଂଘ ର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ପରିଶେଷରେ ସମସ୍ତେ ଭୋଜନ କରି କାର୍ଯକ୍ରମକୁ ବିରାମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଲୁମିନିୟମ ମଜଦୂର ସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ରଣଜିତ ମାଝୀ, କେଦାର ସାହୁ, ନେହରୁ ସାହୁ, ପ୍ରଭାତ ଗଡ଼ନାୟକ, କୈଳାସ ବେହେରା, ଦୀନବନ୍ଧୁ ଭୁତିଆ, ମହେନ୍ଦ୍ର ବେହେରା, ବିରଞ୍ଚି ସାମଲ, ସୁଦର୍ଶନ ରାଉତ, ନରେଶ ପରିଡା, ନଟବର ମହାନ୍ତି, ସୁନୀଲ ତ୍ରିପାଠୀ, ତ୍ରିପତି ସେନାପତି, ରଞ୍ଜନ ସାହୁ, କିଶୋର ଦେହୁରୀ, ଜିତୁ ସାହୁ, ପ୍ରହ୍ଲାଦ ବେହେରା, ଦୀପକ କୁମାର ସାହୁ ସମୂହ ପରିଚାଳନା କରି ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *