Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପୁଣିଥରେ ସାମିଲ ହେବାକୁ ଯାଉଛନ୍ତି । ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ (ପିପିସି ୨୦୨୫) ଫେବୃଆରୀ ୧୦, ୨୦୨୫ ରେ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଛାତ୍ରୀଛାତ୍ରମାନଙ୍କୁ ଅଧ୍ୟୟନର କୌଶଳ ଶିକ୍ଷା ଦିଅନ୍ତି ।

ଏଥିସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥାନ୍ତି । ଉଚ୍ଚଧରଣର ଟିପ୍ସ ଦେଇ ସେ ପିଲାଙ୍କୁ ଉତ୍ସାହିତ କରିବା ସହ ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ମଧ୍ୟ ମୋଦି ପ୍ରେରଣା ଯୋଗାଇ ଥାନ୍ତି ।ତେବେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହା ସହ ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ, ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ମାର୍ଗଦର୍ଶନ ଦେବେ ।ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ସମେତ ଅନେକ ଅନଲାଇନ୍ ପ୍ଲାଟଫର୍ମରେ ପ୍ରସାରିତ ହେବ । ସେହିପରି ଏଥର ୩୬ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇବେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ ଦେଖିବାକୁ ସବୁ ଛାତ୍ରଛାତ୍ରୀ (ଏକଜାମ୍‌ ୱାରିୟର୍ସ), ସେମାନଙ୍କର ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି,:

‘ପରୀକ୍ଷା ପେ ଚର୍ଚ୍ଚା’ ନୂଆ ଏବଂ ଜୀବନ୍ତ ସ୍ୱରୂପରେ ଫେରିଛି!ଚାପମୁକ୍ତ ପରୀକ୍ଷାର ବିଭିନ୍ନ ଦିଗକୁ ସାମିଲ କରି ୮ଟି ରୋଚକ ଅଧ୍ୟାୟରେ ପରିବେଷିତ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା (ପିପିସି ୨୦୨୫) ଦେଖିବା ପାଇଁ ସବୁ ବିଦ୍ୟାର୍ଥୀ (ଏକଜାମ୍‌ ୱାରିୟର୍ସ), ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରୁଛି!”

Leave a Reply

Your email address will not be published. Required fields are marked *