Spread the love

ଭୂବନେଶ୍ୱର, ୧୪/୦୨ : ଆସନ୍ତା ୨୩ ତାରିଖରେ ଓସିଏ ସଭାପତି ନିର୍ବାଚନ। ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି । ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ପଙ୍କଜ ଲୋଚନ ମହାନ୍ତି । ୨୦୨୨ ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ହୋଇଥିଲା ।

ସଭାପତି ପଦ ଲାଗି ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ ଦାସ। ତେବେ କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ।୧୨ ତାରିଖରେ ଓସିଏର ସଦସ୍ୟଙ୍କ ଉପସ୍ଥିତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି। ୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

Leave a Reply

Your email address will not be published. Required fields are marked *