Spread the love

ଆହୁରି ମଜବୁତ ହେଲା ଭାରତର ସାମରିକ ଶକ୍ତି। ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଶକ୍ତ ହେଲା ଭାରତ। ପୂର୍ବରୁ ଶତ୍ରୁକୁ ଜବାବ ଦେବା ପାଇଁ ଲଢ଼ୁଆ ବିମାନ ପଠାଯାଉଥିବା ବେଳେ ଏବେ କାମ ସହଜ କରିବ ଡ୍ରୋନ। ଏବେ ଡ୍ରୋନରୁ ସଠିକ୍ ଲକ୍ଷ୍ୟଭେଦ କରି କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ ଭାରତ।

ଆନ୍ଧ୍ରପ୍ରଦେଶରେ ଆଜି ଏଭଳି ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ଯାହାକୁ ଡ୍ରୋନରେ ଲଗାଇ ଶତ୍ରୁକୁ ଟାର୍ଗେଟ କରି ନିକ୍ଷେପ କରାଯାଇପାରିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଏହା ଭାରତ ପାଇଁ ଆଉ ଏକ ବଡ଼ ସଫଳତା।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ DRDOଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, “ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ବଡ଼ ବୃଦ୍ଧି କରିବା ପାଇଁ, @DRDO_India ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଥିବା NOAR ପରୀକ୍ଷଣ ରେଞ୍ଜରେ UAV ଲଞ୍ଚଡ୍ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ (ULPGM)-V3ର ଉଡ଼ାଣ ପରୀକ୍ଷଣ ସଫଳତାର ସହିତ କରିଛି। ULPGM-V3 ସିଷ୍ଟମର ବିକାଶ ଏବଂ ସଫଳ ପରୀକ୍ଷଣ ପାଇଁ DRDO, ଶିଳ୍ପ ଅଂଶୀଦାର, DcPP, MSME ଏବଂ ଷ୍ଟାର୍ଟ-ଅପ୍ସକୁ ଅଭିନନ୍ଦନ। ଏହି ସଫଳତା ପ୍ରମାଣ କରେ ଯେ ଭାରତୀୟ ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ ଏବଂ ଉତ୍ପାଦନ କରିବାକୁ ପ୍ରସ୍ତୁତ।”

Leave a Reply

Your email address will not be published. Required fields are marked *