Spread the love

କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି । ଅନ୍ୟ ୧୨ଜଣ ଖେଳାଳି ଇଡେନ ଗାର୍ଡେନରେ ମ୍ୟାଚ ଖେଳି ନାହାନ୍ତି ।

ଏହି ଦୁଇ ଜଣ ପ୍ରଥମ ଟେଷ୍ଟ ଖେଳିବା ଏକପ୍ରକାର ନିଶ୍ଚିତ । ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ଅନ୍ୟ ୯ଜଣ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ଖେଳିବେ ।ଯେତେଦୂର ସମ୍ଭବ ସମ୍ଭାବ୍ୟ ଏକାଦଶରେ ଯଶସ୍ୱୀ ଜୈସୱାଲ, ସାଈ ସୁଦର୍ଶନ, ଶୁଭମନ ଗିଲ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର,ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ସ୍ଥାନ ପାଇବେ । ଯଦି ଏମାନଙ୍କ ବ୍ୟତୀତ ଅନ୍ୟ କିଏ ଖେଳାଳି ଖେଳିବେ ତାହା ମଧ୍ୟ ସେମାନଙ୍କ ପ୍ରଥମ ମ୍ୟାଚ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ମଜଭୁତ କରିବାକୁ ହେଲେ ଭାରତକୁ ଏହି ସିରିଜରେ ବିଜୟ ହାସଲ କରିବାକୁ ପଡିବ । ଘରୋଇ ପରିବେଶରେ ଟିମ ଇଣ୍ଡିଆ ପଲା ଭାରୀ ରହିଛି । ଅପରପକ୍ଷରେ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା କୌଣସି ଟେଷ୍ଟ ହାରିନି ।

Leave a Reply

Your email address will not be published. Required fields are marked *