Spread the love

ଇଣ୍ଡିଆନ୍ ବ୍ୟାଙ୍କରେ ଖାତା ଧାରୀ ହନ୍ତସନ୍ତ ନାହିଁ ପାନୀୟ ଜଳ ସହିତ ମୌଳିକ ସୁବିଧା

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର କଳିଙ୍ଗ ଛକ ନିକଟରେ ଥିବା ଅଶୋକ ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ରେ ମାତ୍ରାଧିକ ଭିଡ଼ ଦେଖିବାକୁ ମିଳୁଛି l ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଚାଲୁ ରହୁଥିବା ବେଳେ ଏହି ବ୍ୟାଙ୍କରେ କୌଣସି ମୌଳିକ ସୁବିଧା ସହ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ବ୍ୟାଙ୍କ ଖାତା ଧାରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଖାତା ଧାରୀ ମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l ପ୍ରକାଶ ଯେ ବର୍ତ୍ତମାନ ର ସରକାର ସୁଭଦ୍ରା ଯୋଜନାରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଆସୁଥିବା ବେଳେ ଅସଂଖ୍ୟ ଭିଡ଼ ସହ ଅଶୋକ ମାର୍କେଟ କମ୍ପ୍ଲେକ୍ସ ରେ ଗାଡି ପାର୍କିଂ ର ସୁବିଧା ନାହିଁ l ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତ ରେ ବ୍ୟାଙ୍କ ମ୍ୟାନେଜର ଙ୍କୁ ପଚାରିବାରୁ ସେ ତାଙ୍କ ମନ୍ତବ୍ୟ ରେ ସରକାର ଦୁଇଟି ବ୍ୟାଙ୍କ ର ମିଶ୍ରଣ ହେବାରୁ ଏହିଭଳି ଘଟଣା ଘଟୁଛି । ପ୍ରଶାସନ ଦ୍ବାରା ମାର୍କେଟ କମ୍ପ୍ଲେକ୍ସ ରେ ହେଉଥିବା ଅସଂଖ୍ୟ ଭିଡ଼ କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍ ।

Leave a Reply

Your email address will not be published. Required fields are marked *