ଇନସିନେରେଟରରେ ଜଳିଲା ୮୦୦ କିଲୋରୁ ଅଧିକ ଗଞ୍ଜେଇ, ବଜାର ମୂଲ୍ୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ
ଅନୁଗୋଳ: ନିଶା ବିରୋଧୀ ଅଭିଯାନକୁ ଜୋରଦାର କରି ଅନୁଗୋଳ ପୋଲିସ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି। ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ ଅଧୀନରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ, ଅନୁଗୋଳସ୍ଥିତ ନାଲକୋ ଇନସିନେରେଟରରେ ୮୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇକୁ ନିରାପଦ ଭାବେ ନଷ୍ଟ କରାଯାଇଛି।
ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ପ୍ରକ୍ରିୟାରେ ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ବେଆଇନ ନିଶାଦ୍ରବ୍ୟର କାରବାର ଓ ଚୋରାଚାଲାଣ ଉପରେ ରୋକ୍ ଲଗାଇବା ସହ ଜବତ ନିଶାଦ୍ରବ୍ୟକୁ ଆଇନସମ୍ମତ ଭାବେ ନଷ୍ଟ କରିବା ଦିଗରେ ଅନୁଗୋଳ ପୋଲିସର ଏହି ପଦକ୍ଷେପ ନିଆଯାଇଛି।
ନିଶା କାରବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜବତ ନିଶାଦ୍ରବ୍ୟର ସୁରକ୍ଷିତ ନଷ୍ଟକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ନିଶାମୁକ୍ତ ସମାଜ ଗଠନ ଦିଗରେ ନିଜର ଅଭିଯାନ ଜାରି ରଖିଛି।
