Spread the love

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୩୧/୧୦/୨୦୨୬

ଆଜି ଆମେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ତାଙ୍କୁ ସ୍ମରଣ କରୁଛୁ । ଜାତି ପ୍ରତି ତାଙ୍କ ଅପରିମିତ ସେବା, ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ନେତୃତ୍ୱ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରିତ କରେ । ଜାତୀୟ ଏକତା, ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତ ଗଠନରେ ତାଙ୍କ ଭୂମିକା ଅବିସ୍ମରଣୀୟ । ଆଜି ତାଙ୍କ ସ୍ମୃତିରେ ସମଗ୍ର ଦେଶ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ଓ ତାଙ୍କ ଆଦର୍ଶକୁ ସ୍ମରଣ କରୁଛି ।


ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦ ପକ୍ଷରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ, ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଅମୀୟ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଓ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ପ୍ରମୁଖ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଲୌହମାନବୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଦେଶ ଓ ଜାତି ପ୍ରତି ବଳିଦାନ ସହ ସଂହତି, ଏକତା ଓ ରାଷ୍ଟ୍ରର ଅଖଣ୍ଡତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦର ସଦସ୍ୟଙ୍କ ସମେତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *