Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଉତ୍କଳୀୟ ଦଣ୍ଡ ସଂସ୍କୃତି ସାମାଜ ମଙ୍ଗଳ ମହାସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

 

 

ଜେ ବି ଏନ, ୧୬/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ମହାସଂଘର ଆଜି ୫୦ରୁ ଉର୍ଦ୍ଧ କଳାକାର ସଂଘ ସଭାପତି ହରମୋହନ ସାହୁଙ୍କ ନେତୃତ୍ବରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଥିଲା। ଆଜିକୁ ଏକବର୍ଷ ହେଇଯିବ କରୋନା ମହାମାରୀ ଯୋଗୁଁ ସରକାର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ନେଇ ଧର୍ମାନୁଷ୍ଠାନ ତଥା ବାଣଜ୍ୟ ବ୍ୟବସାୟ କୁ ବନ୍ଦ କରିଦେଇଥିଲେ କିନ୍ତୁ ଏବେ କରୋନା ର ପ୍ରଭାବ ପୂର୍ବ ଭଳି ନଥିବା ବେଳେ ଏବେ ସମସ୍ତ ସିନେମା ହଲ୍, ହୋଟେଲ୍ ଓ ସହ ଗାଡି ଚଳାଚଳ ମଧ୍ୟ ଚାଲୁ କରିବା କୁ ଅନୁମତି ଦେଲେ କିନ୍ତୁ ଦଣ୍ଡଯାତ୍ରା ଯାହାକି ଆମ ପରମ୍ପରା ବା ଐତିହ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ତାକୁ ଖାଲିବାକୁ ପ୍ରଶାସନ ଅନୁମତି ଦେଉ ନାହାଁନ୍ତି। ଏଥିରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ୫୦୦୦ ରୁ ଅଧିକ କଳାକାର କଳାପ୍ରଦର୍ଶନ କରିବା ସହିତ କିଛି କଳାକାର ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଥିଲେ। ହେଲେ ଏବେ ଏହି ସଂସ୍ଥା ବନ୍ଦ ହେବାଫଳରେ ବହୁ କଳାକାର ଗାଁରେ ମୁଲ ମଜୁରୀ କରୁଛନ୍ତି ତ ଆଉ କିଛି କାମଧନ୍ଦା ନପାଇ ଘରେ ହାତ ବାନ୍ଧି ବସିଛନ୍ତି। ତେଣୁ ପ୍ରଚାର ପ୍ରସାର ହୋଇଥିବା ବାଦି ଦଣ୍ଡ କୁ ସରକାର କାହିଁକି ଅଣଦେଖା କରୁଛନ୍ତି ,ଶିଘ୍ର ଅନୁମତି ଦେବାସହିତ ଆଗକୁ ଆସୁଥିବା ଦଣ୍ଡ ଯାତ୍ରାକୁ କେମିତି ଅନୁମତି ମିଳିପାରିବ ସେଥିପାଇଁ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କୁ ସଂଘ ତରଫରୁ ଏକ ଦାବିପତ୍ର ଦେଇଛନ୍ତି l