Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଙ୍କୁ କରୋନା

ଜେ ବି ଏନ, ୨୩/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ରାୱତ ଟ୍ବିଟ୍‌ କରି କହିଛନ୍ତି ଯେ, ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସୁସ୍ଥ ଅଛନ୍ତି। ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ସାହିଁ। ଡାକ୍ତରଙ୍କ ତତ୍ଵାବଧାନରେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି। ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ଧରି ତାଙ୍କ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କତା ଅବଲମ୍ବନ କରି ନିଜର ପରୀକ୍ଷା କରାଇନେବାକୁ ରାୱତ ଟ୍ବିଟ୍‌ରେ ଅନୁରୋଧ କରିଛନ୍ତି।