Spread the love

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରି ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ ମଧ୍ୟ କରାଯାଇଛି । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ହେଲେ ପୋଲିସ ଏଜି ଛକରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଏହି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି॥

Leave a Reply

Your email address will not be published. Required fields are marked *