Spread the love

ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ

ଢେଙ୍କାନାଳ, ୧୧/୧୦ : ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ଥାନକୁ ଯମେଶ୍ବର ପୃଷ୍ଟି ମଣ୍ଡପ ଭାବେ ନାମିତ କରାଯାଇଥିଲା । ସୁଜାତା ନାୟକ ଓ ଶାନ୍ତିପ୍ରିୟା ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ବକ୍ତାଭାବରେ ରାଜ୍ୟ କମିଟିର ସଂପାଦିକା ହରପ୍ରିୟା ସାଇଁ ଯୋଗଦେଇ ବର୍ତମାନ ଶ୍ରମିକମାନଙ୍କ ଉପରେ ହେଉଥିବା ଶୋଷଣ ଉପରେ ମତବ୍ୟକ୍ତ କରିଥିଲେ । ଆସନ୍ତା ୩୧ ଓ ନ‌ଭେମ୍ବର ୧ ଓ ୨ ତାରିଖ ତିନିଦିନ ଧରି ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ହେବାକୁ ଯାଉଥିବା ୧୪ତମ ରାଜ୍ୟ ସମ୍ମିଳନୀ ଉପରେ ସୂଚନା ଦେଇଥୁଲେ ଏବଂ ପ୍ରତିନିଧୁ ନିର୍ବାଚନ କରାଯାଇଥିଲା। ସଂପାଦକ ସମ୍ମିଳନୀ ରିପୋର୍ଟ ଉପସ୍ଥାପନ କରିଥିଲେ । ଅତିଥୁ ଭାବରେ ବି.କେ.ଏମ୍.ୟୁ. ରାଜ୍ୟ ସଭ୍ୟ ପ୍ରଫୁଲ୍ଲ କୁମାର ନାଏକ ଯୋଗଦେଇ ସଙ୍ଗଠନକୁ ବୃଦ୍ଧି କରି ଦାବୀ ହାସଲ କରିବା ପାଇଁ ଆନ୍ଦୋଳନ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନ ପାଇଁ କର୍ମକର୍ତା ନିର୍ବାଚନ କାରାଯାଇଥିଲା । ଏଥିରେ ସଭାପତି ଭାବେ ରବିରଥ, ଉପସଭାପତି ଭାବେ ସୁଫଳା ମହାପାତ୍ର, ସଂପାଦକ ଭାବେ ନାରାୟଣ ନାୟକ, ସହ-ସମ୍ପାଦକ ଭାବେ ଶାନ୍ତିପ୍ରିୟା ସାହୁ, କୋଷାଧ୍ୟକ୍ଷ ଭାବେ ଉତରା ପାତ୍ର ନିର୍ବାଚିତ ହେବା ସହିତ ୨୧ ଜଣିଆ ଜିଲ୍ଲା କମିଟି ଗଠନ କରାଗଲା । ଶେଷରେ ସୁବାସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *