Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଏଆଇଟିୟୁସି (AITUC) ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୫/୦୩/୨୦୨୧ ଢେଙ୍କାନାଳ : AITUC ରାଜ୍ୟ କମିଟି ଆହ୍ଵାନ ରାଜ୍ୟ ବନ୍ଦ ଆନ୍ଦୋଳନ ଡାକରା ପରିପେକ୍ଷିରେ ରେ ଢେଙ୍କାନାଳ ଜିଲ୍ଲା କମିଟି ତରଫରୁ ବିରାଟ ଶୋଭାଯାତ୍ରା ବାଜି ଚୋକ୍ ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମଳୟ ମଞ୍ଜରି ଜେନା ସଭାପତିତ୍ବ ଅନୁଷ୍ଠିତ ସଭାରେ ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନା, ଉପସଭାପତି ତଥା ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ଜମ୍ବେଶ୍ଵର ପୃଷ୍ଟି, ଗିରିଜା ପ୍ରସାଦ ମହାନ୍ତି, ରବି ରଥ, ସୌଦାମିନି ଦାସ, କୁମୁଦିନୀ ମହାରଣା, ସୁଫଳା ମହାପାତ୍ର, କଲ୍ୟାଣୀ ହୋତା, ଭାରତୀ ଦାସ, ମୀନତି ପଣ୍ଡା, ସୁଜାତା ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଦାବି ଯଥା କର୍ପୋରେଟ ସ୍ୱାର୍ଥ ରେ ଶ୍ରମ ଆଇନ୍ ପରିବର୍ତ୍ତନ ବନ୍ଦ, କଳା କୃଷି ଆଇନ ର ବାତିଲ, ଅଙ୍ଗନବାଡି, ଆଶା,ପାଚିକା ମାନଙ୍କୁ ୱାର୍କର ମାନ୍ୟତା ସମେତ ୧୨ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଙ୍କୁ କରିଥିଲେ