Spread the love

ଏକଲ ଅଭିଯାନର ପଞ୍ଚ ଦିବସୀୟ କର୍ମଶାଳା ଉଦଯାପିତ,ସମାଜ ଓ ଦେଶ ଗଠନ ପାଇଁ ଆହ୍ବାନ

ଜମନକିରା :୨୪/୧୧: ଜମନକିରା ବ୍ଲକ ଡିମିରିମୁଣ୍ଡା ସ୍ଥିତ ଭାରତ ମୟ ଆଶ୍ରମ ପରିସରରେ ବିଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଆଜି ଉଦଯାପିତ ହୋଇ ଯାଇଛି ।ଏହି କର୍ମଶାଳାରେ ପ୍ରାଥମିକ ଶିକ୍ଷା,ଆରୋଗ୍ୟ ଶିକ୍ଷା,ଗ୍ରାମ ବିକାଶ ସିଷ୍କ, ଜାଗରଣ ଶିକ୍ଷା ଓ ସଂସ୍କାର ଶିକ୍ଷା ଆଦି ପାଞ୍ଚ ଦିବସୀୟ ଶିକ୍ଷା ଉପରେ ତାଲିମ ଦିଆଯାଇଥିଲା । ଉଦଯାପନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜ ଓ ଦେଶ ଗଠନ ପାଇଁ ଏକଲ ଅଭିଯାନ ର ଆଚାର୍ଯ୍ୟ ଓ ଆଚାର୍ଯ୍ୟ ମାନେ କର୍ଯ୍ୟକରିବାକୁ ଆହ୍ବାନ ଦେଇଥିଲେ ।

ଭାରତ ମୟ ଆଶ୍ରମ ର ବାବା ଶିବାନନ୍ଦ ଜି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଅଭିଯାନ କାର୍ଯ୍ୟ କରୁ ବୋଲି ପରାମର୍ଶ ଦେଇଥିଲେ । ଅଭିଯାନ ର ସମ୍ବଲପୁର ଜିଲ୍ଲା ପ୍ରମୁଖ ପ୍ରଦୀପ ସ୍ୱାଇଁ ଙ୍କ ସଭାପତିତ୍ବ ଓ ଜମନକିରା ବ୍ଲକ ପ୍ରମୁଖ ଜଗଦୀଶ ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମ ସଲ ରେ ଉପଖଣ୍ଡ ଷାଠିଏ ଟି ଅନ ଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରର ଆଚାର୍ଯ୍ୟ ଓ ଆଚାର୍ଯ୍ୟ ମାନେ ପାଞ୍ଚ ଦିନ ଶିବିରାର୍ଥି ଭାବରେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରୁ ପ୍ରାଥମିକ ଶିକ୍ଷା ଜିଲ୍ଲା ପ୍ରମୁଖ ଶଶି ନାଏକ,ରାଜ୍ୟକୁ ଜିଲ୍ଲାର ପ୍ରତିନିଧି ବିନୟ ପୃଷେଠ, ବାମରା ବ୍ଲକ ର ପ୍ରମୁଖ ତୁଷାର ନାଏକ ପ୍ରମୁଖ ବିଭିନ୍ନ ବର୍ଗ ଉପରେ ତାଲିମ ଦେଇଥିଲେ । ଶିବିରାର୍ଥି ମାନଙ୍କୁ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଶୁ ଦୀପ ବାଘ, ସୁକ ମନି କିସାନ ଓ ଜୟନ୍ତୀ ନିଖଣ୍ଡିଆ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଗୁରୁ ଚରଣ ରଣା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରୁଥିବା ବେଳେ ଶେଷରେ କୁଚିଣ୍ଡା ବ୍ଲକ ସଭାପତି ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *