Spread the love

ଏନଜିଟିରେ ମକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜିବୀ ଶଙ୍କର ପ୍ରସାଦ ପାଣିଙ୍କୁ ଭବ୍ୟ ସମ୍ବର୍ନ୍ଧନା
ତାଳଚେର, ୧୪/୧୦ ଏନଜିଟିରେ ମକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜିବୀ ଶଙ୍କର ପ୍ରସାଦ ପାଣିଙ୍କୁ ତାଳଚେର ବ୍ଲକ ଡ଼େରା ଓଭରବ୍ରିଜ୍ ସ୍ଥିତି ଶ୍ରମିକ ଭବନ କାର୍ଯ୍ୟାଳୟ ଠାରେ ସମ୍ବର୍ନ୍ଧିତ କରାଯାଇଥିଲା । ପ୍ରଦ୍ୟୁଷଣ ବିଭାଗର ବିନାଅନୁମତିରେ ଏମସିଏଲ କୋଇଲା ଲୋଡ଼ିଙ୍ଗ କରୁଛି । ସେହିଭଳି ରେଳୱାଗନରେ ପାଲନଭିଡ଼ି କୋଇଲା ପରିବହନ କରାଯାଉଛି । ବାରମ୍ବାର ପ୍ରଶାସନିକ ସ୍ତରରେ ଅଭିଯୋଗ କରାଯାଉଥିଲେ ହେଁ କୌଣସି ସମାଧାନ ହୋଇନପାରିବାରୁ ଶ୍ରମିକ ନେତା ରାଜ ସାହୁ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ । ଏନଜିଟି ଉକ୍ତ ପରିବେଶ ସମସ୍ୟାକୁ ଅନୁଧ୍ୟାନ କରି କେସ୍ ଦାୟର ପାଇଁ ଗ୍ରହଣ କରିଥିଲେ । ବର୍ତମାନ ଏହାର ଶୁଣାଣୀ ପାଇଁ ଆସନ୍ତା ୦୮/୧୧/୨୦୨୬ରିଖକୁ ଧାର୍ଯ୍ୟ କରିଛନ୍ତି ବୋଲି ସେ ଏହା ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରଜତି କର୍ମକର୍ତା ଓ ମହାନଦୀ କୋଇଲା ଠିକାଶ୍ରମିକ ସଂଘର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *