ଏନ୍ଟିପିସି ତାଳଚେର ଥର୍ମାଲରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ହିଁ ସେବା ପକ୍ଷ ୨୦୨୬ ଉଦ୍ଯାପିତ
ତାଳଚେର ଥର୍ମାଲ, ୨ ଅକ୍ଟୋବର ୨୦୨୬: ଏନ୍ଟିପିସି ତାଳଚେର ଥର୍ମାଲ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଏକ ଗରିମାମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହିତ ‘ସ୍ୱଚ୍ଛତା ହିଁ ସେବା’ (SHS) ପକ୍ଷ ୨୦୨୬ର ଉଦ୍ଯାପନୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ଉଭୟ ମହାନ ଜାତୀୟ ନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏନ୍ଟିପିସି ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ଏବଂ ସାଗରିକା ଲେଡିଜ୍ କ୍ଲବ୍ର ସଭାପତି ଶ୍ରୀମତୀ ବିଭା ଅଗ୍ରୱାଲ ମହାତ୍ମା ଗାନ୍ଧୀ ଓ ଲାଲବହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ଓମ୍ ପ୍ରକାଶ ସୋଲାଙ୍କି, ଜିଏମ୍ (O&M), ଶ୍ରୀ ରୋହିତ କୁମାର, ଏଜିଏମ୍ (HR), ବିଭିନ୍ନ ବିଭାଗର ମୁଖ୍ୟ ଏବଂ ଏନ୍ଟିପିସି ତାଳଚେର ଥର୍ମାଲର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମାବେଶକୁ ସମ୍ବୋଧିତ କରି ଏନ୍ଟିପିସି ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ମହାତ୍ମା ଗାନ୍ଧୀ ଓ ଲାଲବହାଦୁର ଶାସ୍ତ୍ରୀଙ୍କ ଆଦର୍ଶ ଏବଂ ଅବଦାନର ଚିରନ୍ତନ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସରଳତା, ସଚ୍ଚୋଟତା, ଦେଶପ୍ରେମ, ସ୍ୱଚ୍ଛତା ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଭଳି ମୂଲ୍ୟବୋଧର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ। ଏହି ମୂଲ୍ୟବୋଧ ଏକ ବିକଶିତ ଭାରତ ଗଠନ ଦିଗରେ ଦେଶର ଯାତ୍ରାକୁ ନିରନ୍ତର ପ୍ରେରଣା ଯୋଗାଇ ଆସୁଛି ବୋଲି ସେ କହିଥିଲେ।
‘ସ୍ୱଚ୍ଛତା ହିଁ ସେବା’ ପକ୍ଷର ଉଦ୍ଯାପନୀ ସମାରୋହର ଅଂଶ ଭାବେ ଏନ୍ଟିପିସି ଟାଉନ୍ସିପ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରତି ଏନ୍ଟିପିସିର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରାଯାଇଥିଲା।

ଶେଷରେ ସମସ୍ତ କର୍ମଚାରୀଙ୍କୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଦେଶପ୍ରେମ ଏବଂ ଦାୟିତ୍ୱଶୀଳ ନାଗରିକତାର ମୂଲ୍ୟବୋଧକୁ ନିରନ୍ତର ଅନୁସରଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହା ମାଧ୍ୟମରେ ଏକ ସ୍ୱଚ୍ଛ, ସବୁଜ ଓ ବିକଶିତ ଭାରତ ଗଠନର ଲକ୍ଷ୍ୟରେ ସମସ୍ତେ ଅବଦାନ ରଖିବାକୁ ଆହ୍ୱାନ ଦିଆଯାଇଥିଲା।
NTPC Talcher Thermal Observes Gandhi Jayanti, Shastri Jayanti Concludes Swachhata Hi Seva Fortnight 2026
Talcher Thermal, October 2, 2026:
NTPC Talcher Thermal organized a dignified programme to commemorate the birth anniversaries of Mahatma Gandhi and former Prime Minister Lal Bahadur Shastri, along with the concluding ceremony of Swachhata Hi Seva (SHS) Fortnight 2026.
The programme commenced with floral tributes to the two national leaders. Shri Vijay Chand, Executive Director, NTPC Talcher Thermal, and Smt. Vibha Aggarwal, President, Sagarika Ladies Club, paid floral tributes and garlanded the portraits of Mahatma Gandhi and Lal Bahadur Shastri. The programme was attended by Shri Om Prakash Solanki, GM (O&M), Shri Rohit Kumar, AGM (HR), Heads of Departments and employees of NTPC Talcher Thermal.
Addressing the gathering, Shri Vijay Chand, Executive Director, NTPC Talcher Thermal, highlighted the enduring relevance of the ideals and contributions of Mahatma Gandhi and Lal Bahadur Shastri. He emphasized the importance of simplicity, integrity, patriotism, cleanliness and dedication to duty, stating that these values continue to inspire the nation in its journey towards a Viksit Bharat.
As part of the concluding ceremony of Swachhata Hi Seva Fortnight, a tree plantation drive was also undertaken inside the NTPC township, reinforcing the commitment towards environmental sustainability and a clean and green environment.
The programme concluded with an appeal to all employees to continue upholding the principles of cleanliness, environmental protection, patriotism and responsible citizenship, thereby contributing to the vision of a cleaner, greener and Viksit Bharat.
