ଫୁଲପଡ଼ା ଗ୍ରାମରେ ପାଇକ ଆଖଡ଼ା ପୂଜା ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତଫୁଲପଡ଼ା ଗ୍ରାମରେ ମା’ ଦକ୍ଷିଣକାଳୀଙ୍କ ପାଇକ ଖେଳାଳିମାନଙ୍କୁ ନେଇ ପାଇକ ଆଖଡ଼ା ପୂଜା ଅନୁଷ୍ଠିତ ହୋଇଯାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଚ୍ଚକୋଟୀର ପାଇକ କ୍ରୀଡ଼ା ପ୍ରଦର୍ଶନ କରିବା ପାଇଁ ଅଭ୍ୟାସ କରିବା ସହ ସମସ୍ତେ ଶପଥ ନେଇଥିଲେ। ନିଜ ଜାତିର ପରମ୍ପରାକୁ ବଞ୍ଚାଇ ରଖିବା ସହ ପାଇକ କ୍ରୀଡ଼ାର ଅଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଉନ୍ନତି ହୋଇଥାଏ ବୋଲି ପାଇକ ଗୁରୁ ଦିଶୀକାନ୍ତ ଗଡ଼ନାୟକ ଓ ଜାପି ଗଡ଼ନାୟକ ପ୍ରକାଶ କରିଥିଲେ।
ପାଇକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଦ୍ୱାରା ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ସହାୟତା ମିଳିପାରିବ ବୋଲି ଗୁରୁ ଗୋପ ସାମଲ ଓ ପୁପୁନି ମାଝୀ କହିଥିଲେ।
ପାଇକ କ୍ରୀଡ଼ା ମାଧ୍ୟମରେ ଜିଲ୍ଲା, ରାଜ୍ୟ ଓ ଦେଶ ବାହାରେ ମଧ୍ୟ ଅନେକ ଖେଳାଳି ନିଜ ଅଞ୍ଚଳ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି କରନ ଗଡ଼ନାୟକ ପ୍ରକାଶ କରିଥିଲେ।
ପାଇକ କ୍ରୀଡ଼ାକୁ ଆଗକୁ ନେବାରେ ଅନେକ ଅଭାବ ଓ ଅସୁବିଧା ରହିଛି। କ୍ରୀଡ଼ା ଉପକରଣ ଓ ପାଇକ ଶାଳା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଆବଶ୍ୟକ ବୋଲି ସଲମାନ ଗଡ଼ନାୟକ ପ୍ରକାଶ କରିଥିଲେ।
ଏହି ଅବସରରେ ଦିଶୀକାନ୍ତ ଗଡ଼ନାୟକ, ଜାପି ଗଡ଼ନାୟକ, ଗୋପସ ସାମଲ ଓ ପୁପୁନି ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।
