ଏଭରେଷ୍ଟ ବେସ୍ କ୍ୟାମ୍ପରେ ମୁହାଁମୁହିଁ ଧକ୍କା ହେଲା ଦୁଇ ହେଲିକପ୍ଟର: ଜଣେ ମୃତ, ଜଣେ ଗୁରୁତର
କାଠମାଣ୍ଡୁ: ନେପାଳର ପ୍ରସିଦ୍ଧ ଏଭରେଷ୍ଟ ବେସ୍ କ୍ୟାମ୍ପ ଅଞ୍ଚଳରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ସୋଲୁଖୁମ୍ବୁ ଜିଲ୍ଲାରେ ଅବତରଣ କରୁଥିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇ କ୍ରାସ୍ ହୋଇଯାଇଛି। ଏହି ଦୁର୍ଘଟଣା ଫଳରେ ଜଣେ ବିଦେଶୀ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
