Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ : ଦନ୍ତହୀନ ଦନ୍ତରୋଗ ବିଭାଗ

 

 

ଜେ. ବି. ଏନ୍ (୧୨/୧୨ /୨୦୨୦)

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଦନ୍ତ ଚିକିତ୍ସା ବିଭାଗରେ ରୋଗୀଙ୍କୁ ଆବଶ୍ୟକୀୟ ସେବା ମିଳୁନି।।ସାଧାରଣ ଦନ୍ତ ରୋଗ ପାଇଁ ଚିକିତ୍ସା ମିଳୁଥିଲେ ମଧ୍ୟ ଉନ୍ନତ ଚିକିତ୍ସା ପାଇବାରୁ ରୋଗୀ ବଞ୍ଚିତ ହେଉଛନ୍ତି। ଫଳରେ ରୋଗୀଙ୍କୁ ଘରୋଇ କ୍ଳିନିକ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ବ୍ରହ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ସରକାରୀ କିମ୍ବା ଘରୋଇ ଡେଣ୍ଟାଲ ମେଡିକାଲ କଲେଜ ନଥିବାରୁ ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଦାନ୍ତର ବିଭିନ୍ନ ଚିକିତ୍ସା ବ୍ୟୟବହୁଳ ହୋଇପଡ଼ୁଛି। ଅତ୍ୟାଧୁନିକ ଦାନ୍ତ ଚିକିତ୍ସା ପାଇଁ ଲୋକଙ୍କୁ କଟକ ନତୁବା ଭୁବନେଶ୍ବର ଯିବାକୁ ପଡ଼ୁଛି।କଟକ​ରେ ଥିବା ଏସସିବି ଡେଣ୍ଟାଲ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ କିଛି ସେବା ମାଗଣା ମିଳୁଥିବା ବେଳେ ଆଉ କିଛି ସେବା ପାଇଁ ଅତି ଅଳ୍ପ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସେହିପରି ଭୁବନେଶ୍ବରରେ ଥିବା ଆଇଏମଏସ ସମ ହସ୍ପିଟାଲର ବିଡିଏସ କଲେଜରେ ମଧ୍ୟ କମ ଖର୍ଚ୍ଚରେ ରୋଗୀଙ୍କ ଦାନ୍ତ ଚିକିତ୍ସା ହୋଇପାରୁଛି। ହେଲେ ରାଜ୍ୟର ଅନ୍ୟ କୌଣସି ମେଡିକାଲ କଲେଜ କିମ୍ବା ମୁଖ୍ୟ ଚିକିତ୍ସାଳୟରେ ଦାନ୍ତ ଚିକିତ୍ସା ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ନାହିଁ। ଏମକେସିଜି ମେଡିକାଲ କଲେଜ କଥା ବିଚାରକୁ ନେଲେ ଏଠାରେ ଥିବା ଦନ୍ତ ଚିକିତ୍ସା ବିଭାଗରେ କେବଳ ଦାନ୍ତ ରୋଗର ପ୍ରାଥମିକ ଚିକିତ୍ସା ପାଇଁ ପରାମର୍ଶ ସହ ଦାନ୍ତ ଉପାଡିବାର ବ୍ୟବସ୍ଥା ରହିଛି। ଏହି ବିଭାଗର ଆଉଟଡୋରରେ ଅତି ଅଳ୍ପ ସଂଖ୍ୟକ ରୋଗୀଙ୍କୁ ହିଁ ଦେଖିବାକୁ ମିଳୁଛି। ସେହିପରି ଟ୍ରମା କେୟାର ନତୁବା କାଜୁଆଲିଟିରେ ଭର୍ତ୍ତି ହେଉଥିବା ଦୁର୍ଘଟଣା ଶିକାର ଗୁରୁତର ରୋଗୀଙ୍କ ଅ​‌​‌ସ୍ତ୍ରପଚାର ଦରକାର ହେଲେ ଏହି ବିଭାଗର ଡାକ୍ତରଙ୍କୁ ଖୋଜା ପଡ଼ିଥାଏ। ହେଲେ ଏହି ବିଭାଗରେ ଦାନ୍ତର ରୁଟ୍ କେନାଲ, ବ୍ରିଜେସ ଆଣ୍ଡ ଇ​‌ମ୍ପ୍ଳାଣ୍ଟ ଓ ବ୍ରାସେସ ଭଳି ସେବା ଆଜି ପର୍ୟ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ। ଫଳରେ ଦାନ୍ତ ପୀଡ଼ା ନେଇ ଏହି ବିଭାଗକୁ ଆସୁଥିବା ଅଧିକାଂଶ ରୋଗୀଙ୍କୁ ସହରର ବିଭିନ୍ନ ଘରୋଇ କ୍ଳନିକକୁ ଯିବାକୁ ପଡ଼ୁଛି। ଏଥିପାଇଁ ରୋଗୀଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏମକେସିଜି ଦନ୍ତ ବିଭାଗରେ ଏକ ଆଉଟଡୋର ସହ ଓଟି ରହିଛି। ଏହି ବିଭାଗରେ ପ୍ରଫେସର, ଅସୋସିଏଟ ପ୍ରଫେସର, ସହକାରୀ ପ୍ରଫେସର ଓ ସିନିୟର ରେସେିଡେଣ୍ଟଙ୍କୁ ମିଶାଇ ମୋଟ ୮ ଜଣ ଡାକ୍ତର କାର୍ୟ୍ୟରତ ଅଛନ୍ତି। ହେଲେ ଆବଶ୍ୟକୀୟ ସରଞ୍ଜାମ ତଥା ଯନ୍ତ୍ରପାତି, ସାମଗ୍ରୀ ଅଭାବରୁ ଦନ୍ତ ରୋଗ ସମ୍ବନ୍ଧୀତ ଅନେକ ସେବା ଆଜି ପର୍ୟ୍ୟନ୍ତ ଲୋକଙ୍କୁ ମିଳିପାରୁନି। ଏ ନେଇ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ପି.କେ.ମହାନ୍ତିଙ୍କୁ ପଚରାଯିବାରେ ଆଗାମୀ କିଛି ଦିନ ମଧ୍ୟରେ ଏମକେସିଜିରେ ରୁଟ କେନାଲ ଭଳି ସେବା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ସେଥିପାଇଁ ଆବଶ୍ୟକୀୟ ସରଞ୍ଜାମ କିଣିବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇସାରିଛି ବୋଲି ସେ ଜଣାଇଛନ୍ତି।