Spread the love

ଏସ. ଏନ. ଇଂଲିଶ ମିଡିୟମ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ
କୁଚିଣ୍ଡା:୪/୪: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ଶାନ୍ତି ନାରାୟଣ(ଏସ. ଏନ.) ଇଂଲିଶ ମିଡିୟମ ସ୍କୁଲ ର ତ୍ରୟୋଦଶତମ ବାର୍ଷିକୋତ୍ସବ ଏହାର ନିର୍ଦ୍ଦେଶକ ଜୟନାରା ୟଣ ଜେନା ଙ୍କ ସଭାପତିତ୍ବରେ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷାର ଉନ୍ନତିରେ ହିଁ ଦେଶର ଉନ୍ନତି ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଫାସିମାଲ କଲେଜର ଇଂରେଜୀ ଅଧ୍ୟାପକ ରୁଦ୍ର ନାରାୟନ ମିଶ୍ର, କୁଚିଣ୍ଡା ଏକଲବ୍ୟ ସ୍କୁଲ ର ପୂର୍ବ ଅଧ୍ୟକ୍ଷ ଚକ୍ରଧର ମାଝୀ ଓ ସୁନାବେଡା ପବ୍ଲିକ ସ୍କୁଲର ପୂର୍ବ ଶିକ୍ଷକ ପ୍ରାଣବନ୍ଧୁ ନାୟକ ଯୋଗ ଦେଇ ଶିକ୍ଷା ସମନ୍ଧରେ ଆଲୋଚନା କରିଥିଲେ । କହ୍ଲେଇପାଳି କଲେଜ୍ ର ଅଧ୍ୟାପକ ଫକୀର ମୋହନ ଦାଣ୍ଡିଆ ଓ ସୁବୋଧ ସାହୁ ପ୍ରତିଯୋଗୀ ଛାତ୍ର, ଛାତ୍ରୀଙ୍କ ପ୍ରତିଭା ଚୟନ କରିଥିଲେ ।ପ୍ରାରମ୍ଭରେ ଅତିଥି ଗଣ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଓ ସ୍ଵାଗତ ନୃତ୍ୟ ପରିବେଷଣ କରି ଥିଲେ । ଅଧ୍ୟକ୍ଷ ଗଙ୍ଗା ନାରାୟନ ଦାସ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦିବ୍ୟାଲୋଚନ ସାହୁ ସଂଯୋଜନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ଶେଷରେ ସହକାରୀ ଶିକ୍ଷକ ତ୍ରିବେଣୀ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଅବସରରେ ଛାତ୍ର,ଛାତ୍ରୀ ଗଣ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଜାତୀୟ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରି ସଭିଙ୍କ ମନ ମୋହି ନେଇଥିଲେ ।

Leave a Reply

Your email address will not be published. Required fields are marked *