Spread the love

ଭୂବନେଶ୍ୱର, ୦୨/୦୧ : ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌ । ଏହି ବସ୍‌କୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କାରଣ ଏଥିରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ଗତ ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିବା ବେଳେ ସେଥିରୁ ଗୋଟିଏ ବସ୍‌ ଆଜି ବ୍ରହ୍ମପୁରରେ ପହଞ୍ଚିଛି।

ବ୍ରହ୍ମପୁରରେ କିଛି ସମୟର ରହଣି ପରେ ତାହା ଭୁବନେଶ୍ୱର ଅଭିମୁଖେ ବାହାରିଛି । ଏହାପରେ ଗତ ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରି ସାରିଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି।ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି। ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସ୍ରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି ।ସାମ୍ନା ପଟରେ ରହିଛି କୋଣାର୍କ ଚକ ଚିହ୍ନ । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍‌ରେ ରହିଛି । ଫଳରେ ଅତ୍ୟାଧୁନିକ ସେବାରେ ପରିପୂର୍ଣ୍ଣ ଏହି ବସ୍‌ ଓଡ଼ିଶାର କଳା ସଂସ୍କୃତିକୁ ବି ବହନ କରିଛି। କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ଡବଲ୍ ଡେକର୍ ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Leave a Reply

Your email address will not be published. Required fields are marked *