Spread the love

ଓଡ଼ିଶା ହେବ ଟେକ୍ସଟାଇଲ ହବ୍। ଲୋକେ ଓଡ଼ିଶାରେ ରହି କାମ କରିବେ। ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକେ । ଆଜି ୭ ହଜାର ୮୦୮ କୋଟି ଟଙ୍କାର ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗକୁ ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆହୁରି ୫ ଟେକ୍ସଟାଇଲ ପାର୍କ ଖୋଲାଯିବ । ଓଡ଼ିଶାରେ ଅଧିକ ନିବେଶ କରିବା ସହ ସହଯୋଗୀ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରେ ହେବ ଟେକ୍ସ ଟାଇଲ ପାର୍କ । ଯେଉଁଥିରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଏଣେ ଓଡ଼ିଶା ଟେକ୍ସ ୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରି କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧନ୍ତୁ । ଜୀବନ କାଳ ଭିତରେ ଥରେ ହାତବୁଣା ବସ୍ତ୍ର କିଣି ଘରକୁ ନିଅନ୍ତୁ। ତେଣେ ବୁଣାକାର ଶ୍ରମିକଙ୍କ ଭତ୍ତାବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୁରୁଷ କର୍ମଚାରୀଙ୍କ ପାଇଁ ୫ରୁ ୬ ହଜାର ଏବଂ ମହିଳାଙ୍କୁ ୬ରୁ ୭ ହଜାର ଭତ୍ତା ବୃଦ୍ଧି କରାଯାଇଛି ।ସବୁ ବର୍ଷ ହେବ ଅନୁଷ୍ଠିତ ହେବ ଓଡ଼ିଶା ଟେକ୍ସ କନକ୍ଳେଭ।ଓଡ଼ିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ସପ୍ତାହକୁ ଗୋଟିଏ ଦିନ ଓଡ଼ିଶା ବସ୍ତ୍ର ପିନ୍ଧିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ବର୍ଷକୁ ଥରେ ଓଡ଼ିଶା ବସ୍ତ୍ର କିଣିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ। ଉତ୍କର୍ଷ ଓଡ଼ିଶାରେ ଆସିଥିବା ପ୍ରକଳ୍ପର ସ୍ଥିତି ଜାଣିବାକୁ ଚାହିଁଲେ ପ୍ରଧାନମନ୍ତ୍ରୀ।ନୀତି ଆୟୋଗ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ବେଳେ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ବୁଝିବାକୁ ଚାହିଁଲେ କେତେ ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂଗ ହୋଇଛି। ଓଡ଼ିଶାର ସଫଳତା ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *