Spread the love

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗୁରୁବାର ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି।

ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ।

ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ସାଧାରଣ ଅଧ୍ୟୟନ ପେପର-୧ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଏବଂ ସାଧାରଣ ଅଧ୍ୟୟନ ପେପର-୨ ଅପରାହ୍ନ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ସେହିପରି ଦିବ୍ୟାଙ୍ଗ (ପିଡବ୍ଲୁଡି) ବର୍ଗର ପ୍ରାର୍ଥୀମାନେ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ପାଇବେ। ପ୍ରାର୍ଥୀମାନଙ୍କ ପାଇଁ ପ୍ରବେଶ ପ୍ରମାଣପତ୍ର ଏବଂ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ସରକାରୀ ୱେବସାଇଟ୍ www.opsc.gov.inରେ ଉପଲବ୍ଧ ହେବ ବୋଲି କମିଶନ କହିଛନ୍ତି।

Leave a Reply

Your email address will not be published. Required fields are marked *