Spread the love

କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ, ଭକ୍ତ ଦାସ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୂତଳିକା ଦାହ

ଢେ଼ଙ୍କାନାଳ ୧/୮/୨୦୨୫ ରାଜ୍ୟରେ କଂଗ୍ରେସ ଓ ବିଜେଡି ନେତା ଫକୀର ମୋହନ କଲେଜ୍‌ର ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ତୁମିତୋଫାନ କରୁଥିବାସୁଳେ ଉଭୟ ଦଳର ନେତାମାନେ ବଳାତ୍କାର ଭଳି ଜଘନ୍ୟ ଘଟଣାରେ ନିଜେ ସଂପୃକ୍ତ ଥିବା ଏବେ ପଦାକୁ ଆସିଛି । ରାଜ୍ୟ ଛାତ୍ର କଂଗ୍ରେସ୍‌ର ସଭାପତି ଉଦିତ୍ ପ୍ରଧାନ, ଯିଏକି ଜନୈକ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରି ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଏବଂ ବିଜେଡିର ଭୁବନେଶ୍ଵର କର୍ପୋରେଟର ଅମରେଶ୍ ଜେନା ଏକ ନାବାଳିକାଙ୍କୁ ଦୁଷ୍କର୍ମ କରି ପୋସ୍କୋ ଆକ୍ଟରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଏହି ଉଭୟ ଘଟଣା କଂଗ୍ରେସ୍ ଓ ବିଜେଡିର ଅସଲି ମୁଖା ଓଡିଶାବାସୀଙ୍କ ଆଗରେ ଖୋଲିଯାଇଛି । ଅତୀତରେ କଂଗ୍ରେସ ଶାସନ କାଳରେ ଛବିରାଣୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ଦୁଷ୍କର୍ମ ଯାହାପାଇଁ ଓଡିଶାବାସୀ କଂଗ୍ରେସକୁ ଶାସନରୁ ବିତାଡିତ କରିଥିଲେ । ସେହିଭଳି ବିଗତ ୨୪ବର୍ଷର ବିଜେଡି ଶାସନ କାଳରେ ଇତିଶ୍ରୀ, ବେବିନା, କୁନ୍ଦୁଲି, ପରୀ ଓ ମମିତାଙ୍କ ସମେତ ବହୁ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏପର୍ଯ୍ୟନ୍ତ ଜନସାଧାରଣଙ୍କ ମନରୁ ଲିଭିନାହିଁ । ଯେଉଁଥୁରେ କି ବିଜେଡିର ମନ୍ତ୍ରୀ, ବିଧାୟକ ଓ କର୍ମୀମାନେ ସଂପୃକ୍ତ । ଏଣୁ ଉଭୟ କଂଗ୍ରେସ ଓ ବିଜେଡି ଦଳର ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇବାର ନୈତିକ ଅଧୁକାର ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ତୁ ଭାରତମାତା ପ୍ରତିମୂର୍ତି ନିକଟରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୁବମୋର୍ଚ୍ଚା ଓ ମହିଳା ମୋର୍ଚା ତରଫରୁ କଂଗ୍ରେସ ଓ ବିଜେଡି ବିରୋଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଶେଷରେ କଂଗ୍ରେସର ରାଷ୍ଟ୍ରୀୟ ନେତା ରାହୁଲ୍ ଗାନ୍ଧୀ, କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସ ଓ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଶିବ ପ୍ରସାଦ ସାହୁ, ସନାତନ ବେହେରା, ଇତିଶ୍ରୀ ସାହୁ, ସାଧାରଣ ସଂପାଦକ ସୁନିଲ୍‌ ଶର୍ମା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ମହିଳାମୋର୍ଜା ସଭାନେତ୍ରୀ ମମତା ସାଇଁ, ଜିଲ୍ଲା ସଂପାଦିକା ଯଶସିନୀ ରାଉତ, ମଣ୍ଡଳ ସଭାପତି ରଶ୍ମିରଞ୍ଜନ ଦାସ, ମନୋଜ ବାରିକ, ଶିବଶକ୍ତି ମହାନ୍ତି, ପ୍ରଦୀପ ସାହୁ, ପଙ୍କଜ ଲୋଚନ ବାସ, ଅରୁଣ ସେନାପତି, ପ୍ରାଣବନ୍ଧୁ ଦାସ, ମୀନକେତନ ନାୟକ, ସନାତନ ସାହୁ, ହରିଶ୍ଚନ୍ଦ୍ର ମହାକୁଡ, ଦୁଷ୍ମନ୍ତ ବେହେରା, ବିଗ୍ନେଶ୍ବର ଦୋଲା, ପଦ୍ମଭୂଷଣ ସାହୁ, ସତ୍ୟ ରଞ୍ଜନ ଭୂୟାଁ, ସୂର୍ଯ୍ୟନାରାୟଣ ମିଶ୍ର, ବନଲତା ମହାନ୍ତି, ପ୍ରଭାତୀ ସେଠୀ, ଅପଣ୍ଡା ରଥ, ବିଦ୍ୟୁଲତା ବେହେରା, ପ୍ରଭାତୀ ସାଇଁ, ଚୁମି ସାଇଁ, ସୁନିତା ନାଥ, ସୁଜିତ୍ ବାରିକ୍, ରବିନାରାୟଣ ଷଡଙ୍ଗୀ, ଶ୍ରୀକାନ୍ତ ଜେନା, ଭାଗିରଥୀ ବରାଳ, ହରେଶ ବେହେରା, ବୁବୁ ସାହୁ, ରମେଶ ଚନ୍ଦ୍ର ସାମଲ, ଦୀପକ ପ୍ରସାଦ ପଟ୍ଟନାୟକ, ରାଜା ମହାନ୍ତି, ପ୍ରଶାନ୍ତ ରାଉତ, ଯୁଗଳ କିଶୋର ସାହୁ, ଗଙ୍ଗାଧର ସାହୁ, ଉତମ ଦାସ ଆଦି ଶତାଧ‌ିକ ଯୁବମୋର୍ଜା ଓ ମହିଳାମୋର୍ଜା ସଦସ୍ୟ/ସଦସ୍ୟା ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *