Spread the love

କବି ନିରଞ୍ଜନ ପାତ୍ରଙ୍କ ପୁସ୍ତକ ନୀତି ସମ୍ଭାର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ମା ବରୁଣେଇ ମଣ୍ଡପ ଠାରେ ଆଜି କବି ନିରଞ୍ଜନ ପାତ୍ରଙ୍କ ନୀତି ସମ୍ଭାର ପୁସ୍ତକର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଧଳଙ୍କ ସଞ୍ଚାଳନ ରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ ଭୁପତି ଭୁଷଣ ମିଶ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ଓଝା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଦାମୋଦର ବେହେରା, ସମ୍ମାନିତ ଅତିଥି ଭାବେ ପଣ୍ଡିତ ମହେଶ୍ୱର ନନ୍ଦ, ସମ୍ମାନିତ ବକ୍ତା ଭାବେ ଡ ଦେବବ୍ରତ ସାମଲ, ସମାଜସେବୀ ପଦ୍ମାକର ଗୁରୁ, ସମ୍ମାନିତ ଅତିଥି ଭାବେ ବଟକୃଷ୍ଣ ମଲ୍ଲିକ,ବ୍ରଜ ସାମଲ,କବି ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ ସୁରେନ୍ଦ୍ର କୁମାର ପତି ।ବେଦପାଠ କରିଥିଲେ ବନମାଳୀ ପତି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସାମଲ, ପ୍ରଫୁଲ୍ଲ କୁମାର ବେହେରା,ସୁଧିର ଆଚାର୍ଯ୍ୟ,ଡ ଚର୍ତ୍ତୁଭୁଜ ସାହୁ, ପୁରୁଷୋତ୍ତମ ବେହେରା, ତ୍ରିଲୋଚନ ପତି,ଅପର୍ଣ୍ଣା ମିଶ୍ର, କଳ୍ପନା ରାଉତ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ୍ ଅର୍ପଣ ପ୍ରଦାନ କରିଥିଲେ ମନୋଜ ପାତ୍ର।ଏହି ଲୋକାର୍ପଣ ଉତ୍ସବରେ ସରପଞ ବିଟାରଶ୍ମୀ ମଲ୍ଲିକ, ଅପର୍ଣ୍ଣା ମିଶ୍ର,ତ୍ରୀଲୋଚନ ପତି , ଜିତେନ୍ଦ୍ର ବେହେରା, ସୁଶାନ୍ତ କୁମାର ନାୟକ, ପୁରୁଷୋତ୍ତମ ବେହେରା, ଖଗେଶ୍ବର ସାହୁ,ସୁଧିର ଆଚାର୍ଯ୍ୟ,ଶୁକଦେବ ନାୟକଙ୍କ ସମେତ ଅତିଥି ଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *