Spread the love

କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ରାଲି

ଭବାନୀପାଟଣା, ୨୬ ନଭେମ୍ବର ୨୦୨୫ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ବିଶେଷ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାନନୀୟl ସାଂସଦ କଳାହାଣ୍ଡି ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ, ଦାପ୍ତା ଏନଜିଓ, ୱାନ୍‌ ସ୍ଟପ୍‌ ସେଣ୍ଟର କର୍ମଚାରୀ, ସିଡିପିଓ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ସମୂହ ଓ କିଶୋରୀ ବାଳିକାମାନେ ଉତ୍ସାହ ପୂର୍ବକ ଅଂଶଗ୍ରହଣ କରିଥିଲେ। ପ୍ଲାକାର୍ଡ୍ ଓ ବ୍ୟାନର୍ ସହ ଅଂଶଗ୍ରାହୀ ମାନେ “ନାରୀ ସୁରକ୍ଷା—ଆମ ଅଧିକାର”, “ହିଂସାକୁ ବନ୍ଦ କର”, “ସମାନତା ଦିଅ—ସମ୍ମାନ ଦିଅ” ପରି ସଚେତନତା ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଡି ଡି, ପ୍ଲୀନିଂ ଶ୍ରୀକାନ୍ତ ଦଲେଇ, ଜିଲ୍ଲା ସାମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ସମାଜ କଲ୍ୟାଣ ଅଧିକାରିଣୀ ସୁମିତା ଦେବୀ ତ୍ରିପାଠୀ, JJB ସଦସ୍ୟ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ଼ ଏଟ ଆକ୍ସନ ଦିବ୍ୟରଞ୍ଜନ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *