କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ
ଅମ୍ବାଭୋନା ଅଦ୍ୟ ତା ୨୯/୦୯/୨୦୨୬ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ବାରୀ କାଶିପାଲି ରେ ୱାର୍ଡ ମେମ୍ବର ନାରାୟଣ ମଲ୍ଲିକ ଙ୍କ ସଭାପତିତ୍ବରେ ତଥା ଅଙ୍ଗନ ୱାଡି କର୍ମୀ ଜାନକୀ କୁମ୍ଭାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ,ସୁପର ଭାଇଜର୍ ସ୍ୱର୍ଣ୍ଣପ୍ରଭା ନାଏକ , ସି ଆର୍ ପି ତିଳୋତ୍ତମା ଭୁଏ ଯୋଗଦାନ କରିଥିଲେ । ଆଶାକର୍ମୀ ଗୀତାଞ୍ଜଳୀ ବାଗ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ।ପୁଷ୍ପାଞ୍ଜଳି ସାହୁ ପୋଷଣ, ପି ଏମ୍ ପୋଷଣ ଏବଂ ଶିଶୁ ମାନଙ୍କ ପାଇଁ କଲ୍ୟାଣ ଯୋଜନା ବିଷୟରେ ବୁଝାଇ ଥିଲେ । ରବିବାର ଦିନ ର ପିଠାପଣା ଓ ରନ୍ଧନ ଖାଦ୍ୟ, ସୋମବାର ଦିନ ର ଗୀତ,ନାଚ,ଗପ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଙ୍କ କର କମଳରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ,ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ସୁପର୍ ଭାଇଜର୍ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦ୍ବାରୀ,ଚିଚୋଲି ତଥା ଭୁକ୍ତା ସେକ୍ଟର ର ସମସ୍ତ ଅଙ୍ଗନ ୱାଡି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି ।

