କୁକୁରକୁ କେନାଲ ହୁଡାରେ ଚେନ ରେ ବାନ୍ଧି ଦୁର୍ବୃତ୍ତ ଫେରାର…,. କଳାହାଣ୍ଡି ….ଜୁନାଗଡ଼ 13/10/(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ )ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି, ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର କେନାଲ ହୁଡାରେ କିଛି ଦୁର୍ବୁର୍ତ୍ତ ଆଜି ଅନ୍ଧାର ରାତିରେ ଆସି କେନାଲ ହୁଡାରେ ଏକ କୁକୁରକୁ ନେଇ ଚେନରେ ବାନ୍ଧିଦେଇ ଫେରାର ହୋଇ ଥିବା ଦେଖାଦେଇଛି, ଲୋକଙ୍କ କହିବାନୁଯାଇ ଚାରିଚକିଆ ପିକୋ ଭେନରେ ଆସିଥିଲେ,ଏକ ଲୁହାର ଶାବଳ ଧରିଥିଲେ,ଦୁର୍ବୁର୍ତ୍ତ ମାନେ ମୁହଁରେ ମାସ ଲଗେଇ ଥିଲେ, ବାଇକ ରେ ମଧ୍ୟ ଦୁଇ ଜଣ ଥିଲେ, ଲୋକେ ପହଂଚି ଗାଡିକୁ ଅଟକେଇବାକୁ ଗଲାବେଳେ ବହୁତ ତେଜ ରେ ଗାଡି ଚାଲିଯାଇଥିବା ଲୋକେ କହିଥିଲେ, ଏବଂ ବାଇକ ମଧ୍ୟ ତେଜ ରେ ଚାଲିଯାଇଥିଲା, ଲୋକେ ଭୟରେ ସାଇଡ ହୋଇ ଡରିଯାଇଥିଲେ,ଗ୍ରାମର ଲୋକେ ଏବଂ ପଡୋଶୀ ଗ୍ରାମର ଲୋକ ଖବର ପାଇ ଦେଖିବାପାଇଁ କେନାଲରେ ରୁଣ୍ଡ ହୋଇଯାଇଥିଲେ, କୁକୁରକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଭୟରେ ଡରିଯାଇଥିବା ଦେଖାଦେଇଛି,ଏବଂ ଲୋକେ ଜୁନାଗଡ଼ ପୋଲିସ କୁ ସାଙ୍ଗେ ସାଙ୍ଗେ ଖବର ଦେଇଥିଲେ,ଏହିଟା କଣ ସତରେ କୁକୁରକୁ ବାନ୍ଧିବାପାଇଁ ଆସିଥିଲେ ନା କିଛି ରହସ୍ୟ ଭିତରେ ରହିଛି,ମନରେ ପ୍ରଶ୍ନ୍ନ ଉଙ୍କିମାରୁଛି ଦାଲ ମେ କୁଛ କାଳା ହେ,ଦେଖାଯାଉ ପୋଲିସ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା,.,
