Spread the love

କୁଚିଣ୍ଡା ରେ ସମାଜବାଦୀ ନେତା ବିଶ୍ବନାଥ ପଣ୍ଡିତ ଙ୍କ ଜୟନ୍ତୀ ପାଳିତ

କୁଚିଣ୍ଡା: 3/1: କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଏହାର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ବିଶିଷ୍ଟ ସମାଜ ବାଦି ଓ ଶ୍ରମିକ ନେତା ତଥା ସଂଘର ପ୍ରତିଷ୍ଠାତା ସଭାପତି ବିଶ୍ବନାଥ ପଣ୍ଡିତ ଙ୍କ 106 ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଏଥିରେ ସଂଘର ପୁରାତନ କାର୍ଯ୍ୟକର୍ତ୍ତା ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶ୍ଵନାଥ ପଣ୍ଡିତ ଙ୍କ ଉତ୍ସର୍ଗୀକୃତ ସଂଗ୍ରାମ ଓ ସଂଗଠିତ ଶ୍ରମିକ ଙ୍କ ପ୍ରତି କର୍ତ୍ତବ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ । ପୂର୍ବତନ ବିଧାୟକ ରଜେନ୍ଦ୍ର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଜି ଙ୍କ ଦେଶ ପ୍ରତି ଅବଦାନ ଉପରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସଂପାଦକ ମହମ୍ମଦ ମୂର୍ତ୍ତିଜା,ପଦ୍ମାବତୀ କିଶନ ଓ ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି ପଣ୍ଡିତ ଜି ଙ୍କ ସଂଘ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସନ୍ଦୀପ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *